ତୀବ୍ର ଅବପାତର ପ୍ରଭାବ: ଦକ୍ଷିଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷୁଛି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ମଙ୍ଗଳବାର ସକାଳେ କାକିନାଡ଼ା ନିକଟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ ଜିଲାରେ ମଧ୍ୟମ ଧରଣର ବର୍ଷା ହେଉଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଅବପାତର ପ୍ରଭାବ ଅପରାହ୍ନରେ କମିବ। ଅନ୍ୟପଟେ ତୀବ୍ର ଅବପାତ ପ୍ରଭାବରେ ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା ହୋଇଛି। ଗଜପତିର ୪ଟି ବ୍ଲକରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

Share