Categories: ଜାତୀୟ

ଗୁଜରାଟରେ ବନ୍ୟା: ସ୍କୁଲ, କଲେଜ ବନ୍ଦ

ଗୁଜରାଟ,୧୧।୭: ଗତ ୩ ଦିନ ଧରି ଲଗାଣ ବର୍ଷାରେ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସୋମବାର ଅହମ୍ମଦାବାଦରେ ସ୍କୁଲ ଏବଂ କଲେଜ ବନ୍ଦ ରହିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଏହି ୩ ଦିନ ମଧ୍ୟରେ ସ୍ବାଭାବିକଠାରୁ ୩୦ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏପରିକି ସହରର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇ ଯାନବାହାନ ବୁଡି ରହିଛି।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଦକ୍ଷିଣ ଏବଂ କେନ୍ଦ୍ରୀୟ ଗୁଜୁରାଟର ୬ ଜିଲାର ଜିଲା ଅଧିକାରୀଙ୍କ ସହ ବୈଠକ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ଲୋକଙ୍କୁ ଥଇଥାନ କରିବା ସହ ଲୋକଙ୍କୁ ଖାଦ୍ୟ ଏବଂ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକାରୀଙ୍କ ସୂଚନା ମୁତାବକ, ରାଜ୍ୟର ଛୋଟା ଉଦୟପୁରରୁରେ ୧୨ଘଣ୍ଟା ମଧ୍ୟରେ ୪୩୩ ମିଲିମିଟର ବର୍ଷା ହୋଇଥିବା ବେଳେ ନାଭସାରିରେ ୫୫୦ ଏବଂ ଭାଲସାଡରେ ୪୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ମୁକାବିଲାର ଏକ ଟିମ୍‌ ବଡୋଦରାରୁ ଛୋଟାପୁରକୁ ପଠାଯାଇଛି। ରବିବାର ସକାଳ୮ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ୬ଟି ଜିଲାରେ ୧୨୫ ମିଲିମିଟର ଅଧିକ ବର୍ଷା ହୋଇଛି। ତେବେ ରାଜ୍ୟରେ ଆହୁରି ୫ ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share