କୋରାପୁଟ,୧୯।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ଏ ନେଇ ଜିଲାରେ ୬୭ଟି ଘର ଭାଙ୍ଗିଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ଏଥିମଧ୍ୟରେ ୬୬ଟି ଘର ଆଂଶିକ ଭାବେ ଭାଙ୍ଗିଥିବାବେଳେ ଗୋଟିଏ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର ସନ୍ଧ୍ୟା ସୁଧା ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଜିଲାର କୋରାପୁଟ ତହସିଲରେ ୩ଟି ଘର ଭାଙ୍ଗିଥିବାବେଳେ ବୈପାରିଗୁଡା ତହସିଲରେ ୨୨ଟି ଘର, ମାଛକୁଣ୍ଡ ତହସିଲରେ ୮ଟି ଘର, ଦଶମନ୍ତପୁର ତହସିଲରେ ୫ଟି ଘର ଭାଙ୍ଗିଛି। ସେହିଭଳି ନାରାୟଣପାଟଣା ତହସିଲରେ ୧୩ଟି , ଜୟପୁର ତହସିଲରେ ୭ଟି ଘର, କୋଟପାଡ ତହସିଲରେ ୫ ଟି ଘର, କୁନ୍ଦ୍ରା ତହସିଲରେ ୪ ଟି ଘର ଏହିପରି ୬୭ଟି ଘର ଭାଙ୍ଗିଥିବା ବିଭାଗ ରିପୋର୍ଟ ମିଳିଛି। ବୁଧବାର ମଧ୍ୟ ଜିଲାରେ ୧୨୪.୮ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।