ଆଜି ୭ ଜିଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଉତ୍ତର ଓଡ଼ିଶା ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହିତ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳରେ ୭.୬ କି.ମି. ଉଚ୍ଚତା ଯାଏ ବ୍ୟାପିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ରବିବାର ବୌଦ୍ଧରେ ସର୍ବାଧିକ ୬୧ ମି.ମି. ବର୍ଷା ହୋଇଥିବା ବେଳେ ଯାଜପୁର ୪୧, ଢେଙ୍କାନାଳ ୩୩.୪, ସୋନପୁର ୩୬ ଓ ବରଗଡ଼ ୧୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, କୋରାପୁଟ, ବୌଦ୍ଧ ଓ ମାଲକାନଗିରି ଆଦି ୭ ଜିଲାରେ ପ୍ରବଳ ବର୍ଷା ହେବ। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେପଟେ ଆସନ୍ତା ୨୧ ତାରିଖରୁ ପୁଣି ବର୍ଷା ହେବ ବୋଲି ସୂଚନା ମିଳିଛି।

Share