Categories: ଜାତୀୟ

ତାମିଲନାଡୁରେ ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି, ରିଲିଫ ଶିବିରକୁ ଗଲେ ୭୫୦୦ ଲୋକ, ଫସିଛନ୍ତି ୮ଶହରୁ ଅଧିକ ପର୍ଯ୍ୟଟକ

ଚେନ୍ନାଇ,୧୯।୧୨: ଲଗାତାର ଦୁଇ ଦିନ ଧରି ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ, ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ରାଜ୍ୟର ଅନେକ ନଦୀ ଓ ହ୍ରଦର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା କନ୍ୟାକୁମାରୀ, ତିରୁନେଲଭେଲି, ତୁତିିକୋରିନ ଏବଂ ତେନକାସୀରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ବନ୍ୟାଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଜିଲାଗୁଡ଼ିକରେ ୨୫୦ ଯବାନ ଏନଡିଆରଏଫ ଏବଂ ଏସଡିଆରଏଫ ନିୟୋଜିତ ହୋଇଛନ୍ତି।

୭୫୦୦ରୁ ଅଧିକ ଲୋକଙ୍କୁ ନିଜ ଘର ଛାଡି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ରିଲିଫ କ୍ୟାମ୍ପରେ ଆଶ୍ରୟ ନେବାକୁ ପଡିଛି। ଉଦ୍ଧାରକାରୀ ଦଳଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପାଣିପାଗ ବିଭାଗ କହିଛି ଯେ ବର୍ତ୍ତମାନ ମଙ୍ଗଳବାର ମଧ୍ୟ ବର୍ଷା ଜାରି ରହିବ, ଯେଉଁଥିପାଇଁ ପରିସ୍ଥିତି ଆହୁରି ଖରାପ ହେବ ବୋଲି କୁହାଯାଇଛି।

Share