
ଓଡ଼ିଶା,୨୩।୩: କାଳବୈଶାଖୀ ରଚୁଛି ତାଣ୍ଡବ। ଏହାର ପ୍ରଭାବରେ ଶନିବାର ପ୍ରାୟ ସବୁ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳୁଛି।
ତେବେ ଉତ୍ତର ଓଡ଼ିଶାରେ ୨ ଦିନ ହେବ ଝଡ଼ ପବନ ସହ କୁଆପଥର ବର୍ଷା ଅଣାୟତ୍ତ କରିଛି। ଏହାର ପ୍ରଭାବ ଆହୁରି ୨୪ ଘଣ୍ଟା ରହିବ ଏହାର ପ୍ରଭାବ। ୨୪ ଘଣ୍ଟା ପାଇଁ ୩୦ ଜିଲାକୁ ଜାରି ହୋଇଛି ଆଲର୍ଟ।
ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୨ ଜିଲାକୁ ଆରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ବାକି ୧୮ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସୋମବାର ମଧ୍ୟ ଉତ୍ତର ଉପକୂଳରେ ହାଲୁକା ବର୍ଷା ରହିବ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା, ଆହୁରି ୨୪ ଘଣ୍ଟା ବର୍ଷିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁରରେ ପ୍ରବଳ ବର୍ଷା ହେବ। ଏହା ହା ସହିତ ସୁନ୍ଦରଗଡ, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁରରେ ମଧ୍ୟ ପ୍ରଭାବ ଦେଖାଯିବ।