Categories: ଜାତୀୟ

ବେଙ୍ଗାଲୁରୁରେ ପ୍ରବଳ ବର୍ଷା: ଜଣେ ମହିଳାଙ୍କ ମୃତ୍ୟୁ…

ବେଙ୍ଗାଲୁରୁ,୨୧।୫ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁ ଜଣେ ଛୋଟ ଶିଶୁ ନିଖୋଜ ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରରେ ରବିବାର ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି, ଯେଉଁଥିପାଇଁ ଅଣ୍ଡରପାସ ପାଣିରେ ବୁଡି ରହିଥିଲା। ଏଥିରେ ଏକ କାର ପାଣିରେ ବୁଡ଼ି ଯାଇଥିଲା। ଏହି କାରରେ ୬ ଜଣ ଲୋକ ଥିଲେ। ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଦୁଃଖ ପ୍ରଅକାଶ କରି ଏହି ଘଟଣାାରେ ଅନୁକମ୍ପାମୂଳକ କ୍ଷତିପୂରଣ ଘୋଷଣା କରିଛନ୍ତି।

ସେ ଡାକ୍ତରଖାନା ପରିଦର୍ଶନ କରି କହିଛନ୍ତି, ସରକାରଙ୍କର ପରିବାର ପ୍ରତି ସହାନୁଭୂତି ରହିଛି ଏବଂ ପ୍ରଭାବିତ ହୋଇଥିବା ଭାନୁ ରେଖାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଏହା ସହିତ ସେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ମାଗଣା ଚିକିତ୍ସା ନିଶ୍ଚିତ କରିଛନ୍ତି।

କାରଟି ବୁଡ଼ିଯିବା ପରେ ପରିବାର ସଦସ୍ୟ ସାହାଯ୍ୟ ପାଇଁ ପାଟି କରିବା ଆରମ୍ଭ କରିଥିଲେ। ଏହା ପରେ ଆଖପାଖର ଲୋକମାନେ ସାହାଯ୍ୟ କରି ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ କାରରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ମହିଳାଙ୍କୁ ଭାନୁ ରେଖା ବୋଲି ଚିହ୍ନଟ କରାଯାଇଛି। ଏହି ସମୟରେ ଏକ ଛୋଟ ପିଲା ମଧ୍ୟ ନିଖୋଜ ହୋଇଯାଇଥିଲେ। ସୂଚନାନୁସାରେ, କାରରେ ଥିବା ୬ ଜଣ ବ୍ୟକ୍ତି ହାଇଦ୍ରାବାଦରୁ ବାଙ୍ଗାଲୋର ଆସିଥିଲେ କିନ୍ତୁ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ କୁଆପଥର ମାଡ ଯୋଗୁଁ ବାଟରେ ଅଟକି ରହିଥିଲେ।

ଅଣ୍ଡରପାସରେ ଜଳ ସ୍ତର ଅନୁମାନ ନ କରି ପାରି କାର ଡ୍ରାଇଭର ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ କିନ୍ତୁ ମଧ୍ୟଭାଗରେ କାରଟି ପ୍ରାୟ ଜଳମଗ୍ନ ହୋଇଯାଇଥିଲା। ତରବରିଆ ଭାବେ କାରରେ ବସିଥିବା ଲୋକମାନେ ନିଜକୁ ବଞ୍ଚାଇବାକୁ ବାହାରକୁ ଆସିଥିଲେ। ବର୍ଷା ହେତୁ ଜଳ ସ୍ତର ବଢ଼ିବାରେ ଲାଗିଥିଲା। ପରିବାର ସଦସ୍ୟ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ନିକଟସ୍ଥ ଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ। ଲୋକମାନେ ସିଡ଼ି ଏବଂ ଦଉଡି ସାହାଯ୍ୟରେ ସେମାନଙ୍କୁ ସେଠାରୁ ବାହାର କରିବାକୁ ଚେଷ୍ଟା କରିଥିଲେ ।

ସୂତ୍ରରୁ ପ୍ରକାଶ ଯେ ଫସି ରହିଥିବା ଲୋକମାନେ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଜରୁରୀକାଳୀନ ସେବା କର୍ମଚାରୀମାନେ ଟାଣି ନେଇଥିବାବେଳେ ଅନ୍ୟମାନଙ୍କୁ ଏକ ସିଡ଼ି ବ୍ୟବହାର କରି ବାହାରକୁ ଅଣାଯାଇଥିଲା। ଭାନୁ ରେଖା ବେଙ୍ଗାଲୁରୁର ଇନଫୋସିସ କମ୍ପାନୀରେ କାମ କରୁଥିଲେ।

Share