Categories: ଜାତୀୟ

ଚେନ୍ନାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ଚେନ୍ନାଇ,୭।୧୧: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡଛି। ୨୦୧୫ ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ ପାଣିରେ ବୁଡ଼ି ରହିଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି।

ନଭେମ୍ବର ୧୦ ଏବଂ ୧୧ ଦୁଇ ଦିନ ଧରି ତାମିଲନାଡୁର ଉପକୂଳବର୍ତ୍ତୀ ଜିଲା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ଗତ ୧୦ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୪ ସେମି ବର୍ଷା ରେକର୍ଡ କରାଯାଇଛି। ଚେମ୍ବରବାକ୍କାମ ହ୍ରଦରୁ ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ବିଚାର କରାଯାଉଛି। ଆନ୍ନା ନଗର ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। କୋଲାଥୁର ଅଞ୍ଚଳରେ ନାଗରିକ ସଂଗଠନର ଅଧିକାରୀମାନେ ଏହି ଅଞ୍ଚଳ ଯାଞ୍ଚ କରୁଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍‌ କହିଛନ୍ତି ଯେ, ମିଲାପୋରରେ ୨୨୬ ମିମି, ଅମ୍ବାଟୁରରେ ୨୦୫ ମିମି ବର୍ଷା ରେକର୍ଡ କରାଯାଇଛି।

Share