Categories: ଜାତୀୟ

ଗୁଜରାଟରେ ପ୍ରବଳ ବର୍ଷା, ବନ୍ୟାଜଳରେ ବୁଡ଼ିଲା କାର୍‌, ସୋସିଆଲ ମିଡ଼ିଆରେ ଭାଇରାଲ…

ଅହମଦାବାଦ,୧୧।୭ : ମୋସୁମୀ ପ୍ରବାହ ଯୋଗୁ ଗୂଜରାଟରେ ପ୍ରବଳ ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟର ବହୁ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗୁଜରାଟରେ ଦେଖାଦେଇଥିବା ବନ୍ୟା ଯୋଗୁ ବହୁ ଘର ଏବଂ ଗାଡ଼ିମଟର ପାଣିରେ ବୁଡ଼ି ରହିଛି। ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ରାଜ୍ୟର ବନ୍ୟା ସ୍ଥିତି ସମ୍ପର୍କରେ ଏକ ୩୩ ସେକେଣ୍ଡର ଏକ ଭିଡ଼ିଓ ବେଶ୍‌ ଭାଇରାଲ ହୋଇଛି। ରାଜ୍ୟର ଖେଡ଼ା ଜିଲାରେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି। ଇତିମଧ୍ୟରେ ବନ୍ୟା ଜଳ ଘେରରେ ଥିବା ୧୫ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଅଞ୍ଚଳକୁ ଅଣାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଜଧାନୀ ଅହମଦାବାଦରେ ମଧ୍ୟ ବହୁ ତଳିଆ ଅଞ୍ଚଳରରେ ବନ୍ୟା ଜଳ ମାଡ଼ି ଯାଇଛି। ସହରର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟର କାବେରୀ, ଅମ୍ବିକା ସମେତ ଅନ୍ୟ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି।

Share