ଜାପାନରେ ପ୍ରବଳ ବର୍ଷା: ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

ଟୋକିଓ,୯ା୭: ଲଗାତର ପ୍ରବଳ ବର୍ଷା ହେତୁ ଜାପାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜାପାନର ଶିମାନ ପ୍ରିଫେକ୍ଟର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।
ଫଳରେ ସ୍ଥାନୀୟ କର୍ତ୍ତୃପକ୍ଷ ଦୁଇ ସହରର ୩,୭୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବଳ ବର୍ଷା ଇଜୁମୋ ସହରରେ ଅତି କମ୍‌ରେ ୧୫ଥର ଭୂସ୍ଖଳନ ହୋଇଛି। ୨୦ରୁ ଊର୍ଦ୍ଧ୍ୱ ଅଞ୍ଚଳ ନଦୀ ପାଣି ଯୋଗୁ ପ୍ରଭାବିତ ହୋଇଛି। ରାଜ୍ୟ ସରକାରଙ୍କ କହିବାନୁସାରେ, ଖରାପ ରାସ୍ତା ଯୋଗୁ ସହରର ୪ଟି କାଟି ମୁଖ୍ୟ ସ୍ରୋତରୁ ବିଚ୍ଛିନ୍ନ କରାଯାଇଛି। ଯଦିଓ ଏଠାରେ ଲାଇଫ୍‌ ଲାଇନ୍‌ ପ୍ରଭାବିତ ହୋଇନାହିଁ।

Share