କେନ୍ଦୁଝରରେ ପ୍ରବଳ ବର୍ଷା: ବନ୍ୟା ଆଶଙ୍କା, ସତର୍କତା ଜାରିକଲା ପ୍ରଶାସନ

କେନ୍ଦୁଝର, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ା ଜିଲାରେ ଆଜି ପୂର୍ବାହ୍ନରୁ ବର୍ଷା ଆରମ୍ଭ ହୋଇଛି ା ପ୍ରବଳ ବର୍ଷାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ା କେନ୍ଦୁଝର ଜିଲାପାଳ ଆଶୀଷ ଠାକରେ ଏନେଇ ଜିଲାର ସମସ୍ତ ବିଡିଓ, ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀମାନଙ୍କୁ ସଜାଗ ରହିବାକୁ କହିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଦେଶ କରିଛନ୍ତି ା ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ମାଟି ଘରେ ରହୁଥିବା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ା ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ନିର୍ବାହୀ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି ା
ଜିଲାର ବୈତରଣୀ ନଦୀ ଓ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଫଳରେ ତଳ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ା ସେହିପରି ଜିଲାର ଅନ୍ୟାନ୍ୟ କାନଝରୀ, ସୀତା, ସୋନା, କାରୋ, କୁଶେଇ, ମୂଷଳ, ଅରଡେଇରେ୍‌ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

Share