Categories: ଜାତୀୟ

କେରଳରେ ପ୍ରବଳ ବର୍ଷା: ୩ ମୃତ, ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଥିରୁଭାନନ୍ତପୁରମ୍‌,୨୪ା୭: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି ସମୟରେ କେରଳର କେନ୍ଦ୍ରୀୟ ଏବଂ ଉତ୍ତର ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଏବଂ ଉତ୍ତର କେରଳ ଜିଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ସରକାରୀ ସୂତ୍ର ଅନୁଯାୟୀ, ରବିବାର ପ୍ରବଳ ବର୍ଷା ଯୋଗୁ ମୋଟ୍‌ ୩ ଜଣ ପ୍ରାଣ ହରାଇଛନ୍ତି। ଓ୍ବୟାନାଡ ଜିଲାର ଦୁଇଜଣ ନାବାଳକ, ଯାହାଙ୍କ ନାମ ହାଦି ଏବଂ ହାସିର ବୋଲି କୁହାଯାଉଛ। ଟ୍ୟୁଶନକୁ ଯିବାବେଳେ ପୋଖରୀରେ ପଡ଼ିଯାଇ ଜୀବନ ହରାଇଥିଲେ। ଏହା ବ୍ୟତୀତ ରବିବାର ତ୍ରିସୁର ଜିଲାରେ ମଧ୍ୟ ଜଣେ ଯୁବକ ବୁଡ଼ି ପ୍ରାଣ ହରାଇଥିଲେ।

Share