କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୧୨୫ ଘର

କୋରାପୁଟ,୨୭/୭(ଅମିତାଭ ବେହେରା ):   କୋରାପୁଟ ଜିଲାରେ ଶନିବାର ୯୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲାର ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି।
ସେହିପରି ଜିଲାର ଜୟପୁର ବ୍ଲକରେ ୧୨୯.୬ ମିମି, କୁନ୍ଦ୍ରା ବ୍ଲକରେ ୬୭.୪ ମିଲିମିଟର, ନନ୍ଦପୁର ବ୍ଲକରେ ୧୩୬ ମିମି, କୋରାପୁଟ ବ୍ଲକରେ ୯୮.୨ ମିମି, ସେମିଲିଗୁଡା ବ୍ଲକରେ ୪୮ ମିମି, ବୋରିଗୁମ୍ମା ବ୍ଲକରେ ୨୧.୮ ମିମି, ଲମତାପୁଟ ବ୍ଲକରେ ୧୧୫ ମିମି,  କୋଟପାଡ଼ ବ୍ଲକରେ ୫୯ ମିମି, ଲକ୍ଷ୍ମୀପୁର ବ୍ଲକରେ ୭.୧ମିମି, ଦଶମନ୍ତପୁର ବ୍ଲକରେ ୪୭ ମିମି, ପଟ୍ଟାଙ୍ଗି ବ୍ଲକରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି।
ଅନ୍ୟପକ୍ଷେ  ଜିଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରେ ଆଦୌ ବର୍ଷା ହୋଇ ନଥିବା ଜଣାପଡ଼ିଛି। ଜିଲାରେ ପ୍ରବଳ ବର୍ଷା   ଯୋଗୁ  ଗତ ଦୁଇଦିନରେ ୧୨୫ ଘର ଭାଙ୍ଗିଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
କୋରାପୁଟ-କାକିରିଗୁମ୍ମା ରାସ୍ତାର ବଙ୍ଗଳାଗୁଡାଠାରେ ଛୋଟ ବ୍ରିଜ ଉପରେ ବର୍ଷା ଜଳ ପ୍ରଭାହିତ ହେଉଛି। ଏନେି କୋରାପୁଟ ଲକ୍ଷ୍ମୀପୁର ମଧ୍ୟରେ ଯାତାୟାତ ଠପ୍‌ ହୋଇଛି। ବିଭିନ୍ନ ବ୍ଲକରେ ଚାଷ ଜମି ପାଣିରେ ବୁଡ଼ିଥିବାବେଳେ କିଛି ସ୍ଥାନରେ  ବହୁ ଗଛ ଭାଙ୍ଗିଯାଇଛି। ଗଛ ଭାଙ୍ଗିଥିଲେ ମଧ୍ୟ  ଏ ନେଇ ଚୂଡାନ୍ତ ରିପୋର୍ଟ ଆସ ିନ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।