କୋରାପୁଟରେ ପ୍ରବଳ ବର୍ଷା: ଜୟପୁରରେ ଟପିଲା ରେକର୍ଡ

କୋରାପୁଟ,୨୮।୬(ଅମିତାଭ ବେହେରା): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏପରିକି ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶୁକ୍ରବାର କୋରାପୁଟ ଜିଲାରେ ପ୍ରବଳ ବର୍ଷା ହୋଇଛି। ଜିଲାରେ ୬୯୧.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର ଜୟପୁର ବ୍ଲକରେ ସର୍ବାଧିକ ୧୧୬.୧ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଜିଲାର ନନ୍ଦପୁର ବ୍ଲକରେ ୧୧୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବୋରିଗୁମ୍ମାରେ ୩୫ମିମି, କୋରାପୁଟରେ ୩୪.୬ମିମି, ଲମତାପୁଟ ବ୍ଲକରେ ୫୫.୪ ମିମି, ବୈପାରିଗୁଡାରେ ୫୧ମିମି, କୋଟପାଡ ବ୍ଲକରେ ୩୮ ମିମି, ସେମିଳିଗୁଡା ବ୍ଲକରେ ୫୫ମିମି, ନାରାୟଣପାଟଣା ବ୍ଲକରେ ୧୪.୫ ମିମି, ପଟ୍ଟାଙ୍ଗିରେ ୫୭.୨ମିମି, କୁନ୍ଦ୍ରା ବ୍ଲକରେ ୫୫.୧ ମିମି, ବନ୍ଦୁଗାଁରେ ୨୪ମିମି, ଦଶମନ୍ତପୁର ବ୍ଲକରେ ୪୯ ମିମି ବର୍ଷା ହୋଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ ୩୪.୫ ମିମି ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।

Share