ରୁଓ୍ବାଣ୍ଡାରେ ପ୍ରବଳ ବର୍ଷା: ବନ୍ୟାରେ ୫୫ ମୃତ…

କିଗାଲି,୩।୫ : ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଶ୍ଚିମ ରୁୱାଣ୍ଡାରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଅନେକ ଲୋକ ନିଜ ଘରେ ବନ୍ୟା ଜଳ ଘେରରେ ରହିଛନ୍ତି। ସରକାରୀ ବରିଷ୍ଠ ଅଧିକାରୀ ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପଶ୍ଚିମ ପ୍ରଦେଶର ରାଜ୍ୟପାଳ ହାବିଟେକୋ ଫ୍ରେସୱା ରଏଟର୍ସ ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ରାତାରାତି ପ୍ରବଳ ବର୍ଷା ପରେ ରୁୱାଣ୍ଡାର ଚାରୋଟି ଜିଲା ଜଳମଗ୍ନ ହୋଇଛି।

ରାଜ୍ୟପାଳ ହାବିଟେକୋ ଫ୍ରେସୱା ଆହୁରି କହିଛନ୍ତି ବନ୍ୟାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଯଥାସମ୍ଭବ ଲୋକଙ୍କୁ ବଞ୍ଚାଇବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରୁଛୁ।

ରାଷ୍ଟ୍ରାୟତ୍ତ ରୁୱାଣ୍ଡା ପ୍ରସାରଣ ଏଜେନ୍ସି ଏହାର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ କ୍ଲିପ ପୋଷ୍ଟ କରିଛି। ଏଥିରେ ମଇଳା ପାଣି ରାସ୍ତା ପାର୍ଶ୍ୱରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ଏବଂ ଅନେକ ଘର ନଷ୍ଟ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରେ ପୁଣି ପ୍ରବଳ ବର୍ଷା ହୋଇପାରେ ବୋଲି ରୁୱାଣ୍ଡା ପାଣିପାଗ ବିଭାଗ (ଆରଏମଏ) ଚେତାବନୀ ଦେଇଛି।

ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଦେଶର କେତେକ ସ୍ଥାନରେ ୫୦୦ ମିଲିମିଟରରୁ ୬୦୦ ମିଲିମିଟର ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୁର୍ବରୁ ପୂର୍ବାନୁମାନ କରିଥିଲେ। ବର୍ଷା, ବନ୍ୟା, ଭୂସ୍ଖଳନ, ପ୍ରବଳ ପବନ ଏବଂ ଅନ୍ୟାନ୍ୟ ଅତ୍ୟଧିକ ପାଣିପାଗ ଘଟଣା ଭଳି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା। ଦେଶର ଦକ୍ଷିଣ-ପୂର୍ବର ଅଧିକାଂଶ ଅଂଶ ଏବଂ ରୁୱାଣ୍ଡାର ରାଜଧାନୀ କିଗାଲି ରେ ମେ ୨୦ ରୁ ୨୫ ପର୍ଯ୍ୟନ୍ତ ହାଲକା ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

Share