Categories: ଜାତୀୟ

ସିକିମରେ ବାଦଲଫଟା ବର୍ଷା: ଭାସିଗଲେ ୨୩ ଯବାନ, ସନ୍ଧାନ ଜାରି…

ଗାଙ୍ଗଟକ,୪।୧୦ : ଉତ୍ତର ସିକିମର ଲୋନାକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମଙ୍ଗଳବାର-ବୁଧବାର ରାତି ପ୍ରାୟ ୧ ଟା ସମୟରେ ଘଟିଥିବା ବନ୍ୟାରେ ୨୩ ସେନା ଯବାନ ଭାସି ଯାଇଛନ୍ତି। ତାଙ୍କ ସନ୍ଧାନରେ ଉଦ୍ଧାର କାର୍ଯ୍ୟ ଚାଲିଛି।

କେତେକ ସେନା ପ୍ରତିଷ୍ଠାନ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିଲେ। ବହୁ ସେନା ଗାଡି ପାଣିରେ ବୁଡ଼ି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ପ୍ରତିରକ୍ଷା ପିଆରଓ ଗୁଆହାଟୀ ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି।

ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛଡାଯିବା କାରଣରୁ ହଠାତ ଜଳସ୍ତର ୧୫-୨୦ ଫୁଟ ଉଚ୍ଚକୁ ଉଠିଯାଇଥିଲା। ଏହି କାରଣରୁ, ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଯାନଗୁଡିକ ଭାସି ଯିବା ସହିତ ବନ୍ୟା ଜଳରେ ବୁଡ଼ି ରହିଥିଲା।

Share