Categories: ଜାତୀୟ

ତାମିଲନାଡୁରେ ପ୍ରବଳ ବର୍ଷା: ୮ ମୃତ, ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ,୨୭।୧୧: ତାମିଲନାଡୁରେ ଶୁକ୍ରବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ଏହି ସୂଚନା ଦେଇଛନ୍ତି।

ଚିଙ୍ଗ୍‌ଲେପେଟ୍‌ ଏବଂ କାଞ୍ଚତ୍ପୁରମ୍‌ରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌କୁ ନିୟୋଜିତ କରାଯାଇଛି। ପ୍ରବଳ ବର୍ଷା ଜାରି ରହିଥିବାରୁ ତାମିଲନାଡୁର ୨୩ ଜିଲାରେ ସ୍କୁଲ୍‌, କଲେଜ ବନ୍ଦ କରିଦିଆଯାଇଛି। ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଚେନ୍ନାଇର ୨୨୦ ସ୍ଥାନ ପାଣିରେ ବୁଡ଼ିରହିଥିବା ବେଳେ ୩୪ ସ୍ଥାନରୁ ଜଳ ନିଷ୍କାସନ କରାଯାଇଛି। ୧୨୭ଟି ଅଞ୍ଚଳରେ ପମ୍ପ୍‌ ଯୋଗେ ଜଳ ନିଷ୍କାସନ କାର୍ଯ୍ୟ ଚାଳିଛି।

Share