Categories: ଜାତୀୟ

ରାଜଧାନୀରେ ପ୍ରବଳ ବର୍ଷା, ୧୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ…

ନୂଆଦିଲ୍ଲୀ, ୨୩।୫ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳ ପ୍ରାୟ ୬ଟା ୩୦ରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ପବନ ଏବଂ ବଜ୍ରପାତ ଯୋଗୁ ୧୯ ଟି ବିମାନର ଲକ୍ଷ୍ୟସ୍ଥଳକୁ ନିକଟବର୍ତ୍ତୀ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଛି। ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟରରେ ପହଞ୍ଚି ଥିବାରୁ ବିମାନଗୁଡ଼ିକ ଅବତରଣ କରିବା କଷ୍ଟକର ହୋଇପଡିଥିଲା। ସେହିପରି ପ୍ରାୟ ୧୦୦ ବିମାନର ଉଡ଼ାଣ ସମୟ ବିଳମ୍ବ ହୋଇଛି।

ବିମାନ ବନ୍ଦରର ଅଧିକାରୀ କହିଛନ୍ତି ଯେ ସକାଳ ୬ଟା ୩୦ ରୁ ୯ ଟା ମଧ୍ୟରେ ବନ୍ଦରକୁ ଆସିବାକୁ ଥିବା ଅଧିକାଂଶ ବିମାନକୁ ଡାଇଭର୍ଟ କରାଯାଇଛି। ଅବଶ୍ୟ, ଏହା ପରେ ଅପରେଶନ ସ୍ବାଭାବିକ ଅବସ୍ଥାକୁ ଫେରିଥିବା ସେ କହିଛନ୍ତି। ୧୩ ଟି ବିମାନ ଜୟପୁର, ୨ ଟି ଲକ୍ଷ୍ନୌ ଏବଂ ଗୋଟିଏ ଲେଖାଏଁ ବିମାନକୁ ଅମୃତସର, ଅହମ୍ମଦାବାଦ, ମୁମ୍ବାଇ ଏବଂ ଇନ୍ଦୋରକୁ ଡାଇଭର୍ଟ କରା ଯାଇଥିଲା।

ବିମାନ ବନ୍ଦରରେ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୭.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share