ମରୁଭୂମିରେ ବାଦଲଫଟା ବର୍ଷା, ରାସ୍ତାଘାଟ ବନ୍ୟାରେ ଉବୁଟୁବୁ, ଭିଡିଓ ଭାଇରାଲ…

ଦୁବାଇ,୧୮।୧୧ : ମରୁଭୂମିରେ ବନ୍ୟା ଆସିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଦୁବାଇର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ପରେ ଏବେ ରାସ୍ତାଘାଟ ବନ୍ୟା ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ୟୁଜର ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଝଡବର୍ଷା ଯୋଗୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ତାଣ୍ଡବ ସୃଷ୍ଟି ହୋଇଛି। ଏଠାରେ ଅନେକ ସ୍ଥାନରେ ରାସ୍ତାରେ ଡଙ୍ଗା ଚାଲୁଛି। ଦୁବାଇର ପାଣିପାଗର ଏହି ହଠାତ ପରିବର୍ତ୍ତନ ନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦୁବାଇ ପୋଲିସ ଲୋକଙ୍କୁ ବାଲି ଓ କାଦୁଅ ଥିବା ଅଞ୍ଚଳକୁ ନ ଯିବାକୁ କହିଛି। ଏହାର କାରଣ ଅନେକ ସ୍ଥାନରେ ମାଟି ଧସିବାର ବିପଦ ରହିଛି ବୋଲି କୁହାଯାଉଛି।

ସେଠାରୁ ଆସିଥିବା ଭିଡିଓରେ ରାସ୍ତା ଜଳମଗ୍ନ ହୋଇଥିବାର ଦେଖାଯାଉଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟୁଏଇ ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଛି। ଏହା କୁହାଯାଉଛି ଜେଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରାରେ ବୃଦ୍ଧି ଯୋଗୁ ପାଣିପାଗର ଏହି ପରିବର୍ତ୍ତନ ଘଟୁଛି। ବନ୍ୟା ଯୋଗୁଁ ଟ୍ରାଫିକ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ପରିବହନ ସେବା ବନ୍ଦ ରହିଛି। ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି।

ବନ୍ୟା ଯୋଗୁଁ ଲୋକଙ୍କ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଲୋକମାନେ ରାସ୍ତାରେ ଛୋଟ ଡଙ୍ଗା ଚଳାଉଥିବାର ଦେଖାଯାଉଛି। ଦୁବାଇ ପୋଲିସ ଲୋକଙ୍କୁ ସମୁଦ୍ର କୂଳ ଏବଂ ବନ୍ୟା ପ୍ରବଣ ଅଞ୍ଚଳଠାରୁ ଦୂରରେ ରହିବାକୁ କହିଛି। ଏହା ସହିତ ଲୋକଙ୍କୁ ଗାଡି ଚଳାଇବା ସମୟରେ ସତର୍କ ରହିବାକୁ କୁହାଯାଇଛି।

 

Share