ନୂଆଦିଲ୍ଲୀ,୨୫।୯:ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଭୁଶୁଡ଼ି ୨୪ ଜଣଙ୍କ ଜୀବନ ଯାଇଥିବାବେଳେ ବଜ୍ରପାତରେ ୧୨ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ୫ ଦିନ ମଧ୍ୟରେ ବଜ୍ରାଘାତରେ ୩୯ ଜଣଙ୍କ ମୃତ୍ୟୁ ଘଟିଲାଣି। ଘଡ଼ଘଡ଼ି ବର୍ଷାବେଳେ କିପରି ସୁରକ୍ଷିତ ରହିବେ, ସେଥିପାଇଁ ରାଜ୍ୟ ସରକାର ଗାଇଡ୍ଲାଇନ ଜାରି କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ଉତ୍ତାପୀକରଣ ଯୋଗୁ ଅଧିକ ବଜ୍ରପାତ ହେଉଥିବା ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନ୍ଭାଇରନ୍ମେଣ୍ଟର ମହାନିର୍ଦ୍ଦେଶକ ସୁନିତା ନାରାୟଣ କହିଛନ୍ତି।