Categories: ଜାତୀୟ

କେରଳରେ ବର୍ଷା ବିତ୍ପାତ,୮ମୃତ

ଥିରୁଭାନନ୍ତପୁରମ୍‌,୧୭।୧୦: କେରଳରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ଏହି ରାଜ୍ୟର ୫ଟି ଜିଲାକୁ ବୁଡ଼ାଇଛି ଲଗାଣ ବର୍ଷା। ବିଶେଷତଃ ଇଦୁକି, କୋଟ୍ଟାୟମ ଓ ପଥାନମଥିଟ୍ଟା ଜିଲାରେ ଅଧିକ ପ୍ରଭାବ ପଡ଼ିଛି। କେରଳର ଲଗାଣ ବର୍ଷା ଓ ଭୂସ୍ଖଳନରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବହୁ ଲୋକ ନିଖୋଜ ଥିବା ସୂଚନା ମଧ୍ୟ ରହିଛି। କେରଳ ସରକାରଙ୍କ ଅନୁରୋଧ କ୍ରମେ ଏନ୍‌ଡିଆର୍‌ଏଫ୍‌, ସ୍ଥଳସେନା ଓ ବାୟୁସେନା ଦ୍ୱାରା ୧୧ଟି ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସେମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।
ରାସ୍ତାଘାଟରେ ପାଣି ଲହଡ଼ିି ଭାଙ୍ଗିବା ସହ ଘରଦ୍ୱାର ବୁଡ଼ିଯାଇଛି। ରାସ୍ତାରେ ଗଛସବୁ ଭାଙ୍ଗି ବର୍ଷାପାଣି ଜମାଟ ବାନ୍ଧିଛି। ଘରର ଆସବାବପତ୍ର ମଧ୍ୟ ପାଣିରେ ଭାସିଯାଇଛି। ଏହିସବୁ ଜିଲାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୀନାଚଳ ଓ ମାନିମାଲ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥି ସହ ରବିବାର ଜୋର ବର୍ଷା ହେବା ନେଇ ପଥାନମଥିଟ୍ଟା,କୋଟ୍ଟାୟମ, ଏର୍ନାକୁଲମ, ଇଦୁକି, ଥ୍ରୀସୁର ଓ ପଲ୍ଲକଡ୍‌ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲାରେ ୧୮ରେ ଖୋଲିବାକୁ ଯାଉଥିବା ସ୍କୁଲ କଲେଜକୁ ୨୦ଯାଏ ବନ୍ଦ କରି ଦିଆଯାଇଛି।

Share