Categories: ଜାତୀୟ

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା ହେବାରୁ ବ୍ୟାପକ କ୍ଷତି ଘଟିଛି। ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନ ଯୋଗୁ ଜାତୀୟ ରାଜପଥରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଇନା ସୀମାରେ ଅବସ୍ଥିତ ଦିବାଙ୍ଗ ବୈଲୀ ଉପତ୍ୟକାକୁ ସଂଯୋଗ କରୁଥିବା ଏକମାତ୍ର ରାଜପଥ ଏହି ଭୂସ୍ଖଳନରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୋସିଆଲ ମିଡିଆରେ ଭୂସ୍ଖଳନର ଏକ ଭିଡିଓ ଭାଇରାଲ ହେଉଛି।

ଅରୁଣାଚଳ ପ୍ରଦେଶ ଏକ ଉଚ୍ଚ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ଧ୍ୱଂସାବଶେଷ ଘଟିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ତାଙ୍କ ଏକ୍ସ ଆକାଉଣ୍ଟରେ ପ୍ରବଳ ବର୍ଷା ଯୋଗୁ ହୋଇଥିବା ଭୟଙ୍କର ବିନାଶର ଭିଡିଓ ଶେୟାର କରିଛନ୍ତି।

Share