Categories: ଜାତୀୟ

ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା, ଉତ୍ତର ପ୍ରଦେଶରେ ୨୦ ମୃତ, ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୨।୯: ଉତ୍ତର-ପଶ୍ଚିମ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ସୋମବାର ପ୍ରବଳରୁ ପ୍ରବଳ ବର୍ଷା ହୋଇଥିଲା। ଉତ୍ତର ପ୍ରଦେଶରେ ଝଡ଼ ବର୍ଷା ରେକର୍ଡ କରାଯାଇଥିଲା। ଏହି ସମୟ ମଧ୍ୟରେ ବର୍ଷାରେ ବିଭିନ୍ନ ଜିଲାରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବାରବାଙ୍କି, ୟୁପିରେ ଗୋଟିଏ ଦିନରେ ୩୪୬ ମିଲିମିଟର ବର୍ଷା ହୋଇଛି। ସେମିତି ଲକ୍ଷ୍ନୌରେ ୧୦୯ମିଲିମିଟର ବର୍ଷା ହୋଇଥିଲା। ପାଶ୍ଚାତ୍ୟ ବିଶୃଙ୍ଖଳା ଏବଂ ପୂର୍ବାଞ୍ଚଳ ପବନର ଧକ୍କା ହେତୁ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା। ମଙ୍ଗଳବାର ପାଇଁ ପାଣିପାଗ ବିଭାଗ ମଧ୍ୟ ରେଡ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି।
ରାଜଧାନୀରେ ଦିଲ୍ଲୀରେ ସୋମବାର ହାଲୁକା ବର୍ଷା ହେତୁ ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି। ସେପ୍ଟେମ୍ବର ୧୭ପର୍ଯ୍ୟନ୍ତ ପାଗ ଏହିପରି ରହିବ। ପାଣିପାଗ ବିଭାଗ ଅନୁଯାୟୀ ମଙ୍ଗଳବାର ଆକାଶ ମେଘୁଆ ରହିବ ଏବଂ ପାଗ ମଧ୍ୟ ଭଲ ରହିବ। ହାଲୁକା ବା ଝିପିଝିପି ବର୍ଷା ହେବାର ସମ୍ଭାବନା ମଧ୍ୟ ଅଛ। ସର୍ବାଧିକ ତାପମାତ୍ରା ପ୍ରାୟ ୩୫ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରହିପାରେ।

Share