କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା: ଶିଶୁଙ୍କ ସମେତ ୨ ମୃତ

ଓ୍ବାଶିଂଟନ,୬ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା ହୋଇଛି। ଫଳରେ ହଜାର ହଜାର ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଛି। ଏହି ବର୍ଷା ଯୋଗୁ ବନ୍ୟା ପରି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହି ବର୍ଷାରେ ଅତିକମ୍‌ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ରହିଛି। ଘର ଉପରେ ଗଛ ପଡ଼ିବାରୁ ଶିଶୁଟି ଏହା ତଳେ ରହିଯାଇଥିଲା।

ସେହିପରି ଫେୟାରଫିଲ୍ଡରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ତାଙ୍କ ଗାଡ଼ି ବନ୍ୟାଜଳରେ ବୁଡ଼ି ଯାଇ ଏକ ପୋଲକୁ ଧକ୍କା ଦେବାରୁ ତାଙ୍କ ଜୀବନ ଯାଇଛି।

Share