Categories: ଜାତୀୟ

ବର୍ଷା ତୁଷାରପାତ: ଚାର୍‌ଧାମ୍‌ ଯାତ୍ରା ବାଧାପ୍ରାପ୍ତ

ଡେରାଡୁନ୍‌,୨୫।୫: ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁ ପ୍ରସିଦ୍ଧ ଚାର୍‌ଧାମ ଯାତ୍ରା ମଙ୍ଗଳବାର ବାଧାପ୍ରାପ୍ତ ହୋଇଛି। ଫଳରେ କେଦାରନାଥ ଓ ଯମୁନୋତ୍ରୀ ମନ୍ଦିର ଅଭିମୁଖେ ଯାଉଥିବା ହଜାର ହଜାର ତୀର୍ଥଯାତ୍ରୀ ରାସ୍ତାରେ ଅଟକି ରହିଛନ୍ତି। ମଙ୍ଗଳବାର ଭୋର ସମୟରୁ କେଦାରନାଥରେ ତୁଷାରପାତ ଆରମ୍ଭ ହୋଇଥିବାବେଳେ ତଳିଆ ଅଞ୍ଚଳରେ ବର୍ଷା ଜାରି ରହିଥିଲା। ଉପରବେଳା ପାଗ ଆହୁରି ଖରାପ ହୋଇଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀମାନଙ୍କୁ ଗୌରୀକୁଣ୍ଡ ଏବଂ ସୋନପ୍ରୟାଗଠାରେ ଅଟକି ରହିବାକୁ କହିଥିଲେ। ସେହିପରି ଯମୁନୋତ୍ରୀ ଯାଉଥିବା ତୀର୍ଥଯାତ୍ରୀଙ୍କୁ ଜାନକୀଚଟ୍ଟିରେ ଅଟକାଯାଇଛି। ପାଗ ଫିଟିବା ପରେ ସେମାନଙ୍କୁ ଚାରଧାମ୍‌ ଯାତ୍ରା ଲାଗି ଅନୁମତି ଦିଆଯିବ।

Share