ନ୍ୟୁଜିଲାଣ୍ଡରେ ପ୍ରବଳ ବାତ୍ୟା: ୪ ମୃତ

ଓ୍ବେଲିଂଟନ,୧୨ା୨: ବିଶ୍ୱର କିଛି ଦେଶ ଏବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଭୂକମ୍ପ ତୁର୍କୀ ଏବଂ ସିରିଆରେ ବ୍ୟାପକ କ୍ଷତି ଘଟାଇଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ଏହି ଝଡ଼ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହି ଝଡ଼ବାତ୍ୟା ଯୋଗୁ ନ୍ୟୁଜିଲାଣ୍ଡର ଜାତୀୟ ପରିବହନକାରୀ ସଂସ୍ଥା ୧୨ ବିମାନ ବାତିଲ କରିଛି। ଦେଶର ସବୁଠୁ ବଡ଼ ସହର ଅକଲାଣ୍ଡରେ ବନ୍ୟାଜଳ ହେବାରୁ ଦୁଇ ସପ୍ତାହ ପରେ ରେକର୍ଡ ଭାଙ୍ଗିଥିବା ଝଡ଼ ଆସି ୪ ଜଣଙ୍କ ମୃତ୍ୟୁ ଘଟିଛି।

ଏୟାର ନ୍ୟୁଜିଲାଣ୍ଡ କହିଛି, ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଅକଲାଣ୍ଡକୁ ଏବଂ ଘରୋଇ ବିମାନ ଚଳାଚଳ ବାତିଲ କରିବା ସହିତ ଅନେକ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ ହୋଇଛି। ଜାତୀୟ ପରିବହନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଏହି ସମୟ ମଧ୍ୟରେ କିଛି ଅନ୍ତର୍ଜାତୀୟ ମାର୍ଗ ଚାଲୁ ରହିବ, ଯଦିଓ ଅକଲାଣ୍ଡରୁ ବିମାନ ଉଡ଼ାଣ ଆବଶ୍ୟକ ହୋଇପାରେ।

Share