Categories: ଜାତୀୟ

ଉତ୍ତରାଖଣ୍ଡର ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଡେରାଡୁନ,୨୧ା୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ପରେ ପ୍ରଶାସନ ପ୍ରସ୍ତୁତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ଡେରାଡୁନ, ତେହେରୀ, ପୌରୀ, ନୈନିତାଲ, ଚମ୍ପାଓ୍ବାଟ ଏବଂ ବାଗେଶ୍ୱର ଜିଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାପୂର୍ବରୁ ମଧ୍ୟ ପାଣିପାଗ ବିଭାଗ ଉତ୍ତରପ୍ରଦେଶ ଏବଂ ହିମାଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ପାଣିପାଗ ବିଭାଗ (ଆଇଏମ୍‌ଡି) ଏକ ଅରେଞ୍ଜ ଆଲର୍ଟ ଜାରି କରିଥିଲା। ଗତ କିଛି ମାସ ମଧ୍ୟରେ, ବର୍ଷା ସମ୍ବନ୍ଧୀୟ ଘଟଣା ଯୋଗୁ ବ୍ୟାପକ ଧ୍ବଂସ ଘଟି ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

Share