କେନ୍ଦୁଝର, ୬ା୨ (ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ନିଷେଧ ସତ୍ତ୍ୱେ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍ ତଥା ଲାଇନ ଟ୍ରକ୍ ଯାତାୟାତ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଆଗକୁ ସ୍କୁଲ ଖୋଲୁଥିବାରୁ ବହୁ ସଂଖ୍ୟାରେ ଛୋଟ ଛୋଟ ପିଲା ଯାତାୟାତ କରିବେ। ଫଳରେ ଏଭଳି ଅମାନିଆ ଟ୍ରକ୍ ଚଳାଚଳ ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଧୂଳି ଧୂଆଁ ପ୍ରଦୂଷଣ ଓ ଦୂର୍ଘଟଣା ଘଟିବା ଆଶଙ୍କା ରହୁଥିବାରୁ ଅସନ୍ତୋଷ ଦେଖାଦେଉଛି ା ସହର ମଧ୍ୟରେ ଥିବା ଏନ୍ଏଚ୍ ୪୯ ଦେଇ ହଜାର ହଜାର ସଂଖ୍ୟାରେ ଲୁହାପଥର, କୋଇଲା ଆଦି ବୋଝେଇ ଟ୍ରକ ଚଳାଚଳ ଯୋଗୁ ଟ୍ରାଫିକ ଜାମ ସହିତ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିଲା। ଫଳରେ ଏହାକୁ ନେଇ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବା ଲାଗିବା ଫଳରେ ସହର ବାହାର ଦେଇ ନିର୍ମାଣ ହୋଇଥିବା ଏନ୍ଏଚ୍ ୪୯କୁ ଖୋଲି ଦିଆଯାଇଥିଲା ା ତେବେ ଖୋଲିବାର ସପ୍ତାହ ନ ପୁରୁଣୁ କୋହଳ ନିୟନ୍ତ୍ରଣ ବ୍ୟବସ୍ଥା କାରଣରୁ ପୁଣି ଥରେ ସହର ଦେଇ ଭାରିଯାନ ଚଳାଚଳ କରିବା ଫଳରେ ଅସନ୍ତୋଷ ଦେଖାଦେଇଛି ା ଏପରିକି ଗାନ୍ଧୀ ଛକ ନିକଟରେ ନିୟୋଜିତ ଟ୍ରାଫିକ ପୋଲିସଙ୍କୁ ମଧ୍ୟ ବାରମ୍ବାର ଗାଡି ଗୁଡିକ ଫେରାଇବାକୁ ପଡୁଛି ା ଫଳରେ ସେମାନଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ଏଭଳି ବେଆଇନ ଭାବେ ସହର ଦେଇ ଯାତାୟତ କରୁଥିବା ଭାରିଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫାଇନ ଆାଦାୟ କରିବାକୁ ଦାବି ହେଉଛି।