ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ହେଭିୱେଟ

ଛତ୍ରପୁର,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌ ଧନଞ୍ଜୟ ରେଡ୍ଡୀ ୨୦ ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ହେଭିୱେଟ ନେତା ସାମିଲ ହୋଇଛନ୍ତି । ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଜି. ଆରତୀ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ ବେହେରା, ପୂର୍ବତନ ବ୍ରହ୍ମପୁର ଏମ୍‌ପି ପ୍ରତିନିଧି ଜି. ପାପା ରାଓ, ଛତ୍ରପୁର ଯୁବ ବିଜେଡି ସଭାପତି ଟି. ଚନ୍ଦ୍ରଶେଖର ରାଓ ପ୍ରମୁଖ ଧନଞ୍ଜୟଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଜୋନ୍‌ରେ ଚିକଲଖଣ୍ଡି, ପୋଡ଼ପଦର, ଅଗସ୍ତିନୂଆଗାଁ, କାଳିପଲ୍ଲୀ, ଆର୍ଯ୍ୟପଲ୍ଲୀ ଓ କଣମଣା ପଞ୍ଚାୟତ ରହିଛି।

Share