ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପାର ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୧୨ା୨: ୨୦୨୪ ନିର୍ବାଚନ ପାଇଁ ଏବେଠୁ କ୍ଷେତ୍ର ପ୍ରସ୍ତୁତ କଲାଣି ଭାଜପା। ଚଳିତ ମାସରେ ପ୍ରଚାର ପାଇଁ ଭାଜପାର ବହୁ ହେଭିଓ୍ବେଟ୍‌ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।


ଚଳିତ ମାସ ଶେଷରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓଡ଼ିଶା ଆସିବେ। ଏହା ପୂର୍ବରୁ ଆସନ୍ତା ୧୩ ତାରିଖରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନ ଓଡ଼ିଶା ଆସିବେ। ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ। ସେହିପରି ଆସନ୍ତା ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓଡ଼ିଶା ଆସି  ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।

Share