ହେଭିଓ୍ବେଟ୍‌ ନେତାଙ୍କ ଜୋର୍‌ଦାର ପ୍ରଚାର

କେସିଙ୍ଗା,୨୦ା୩(ଡି.ଏନ୍‌.ଏ.): କେସିଙ୍ଗା ଏନ୍‌ଏସିର ପୌର ନିର୍ବାଚନ ଆଉ ୪ ଦିନ ରହିଲା। ବିଜେଡିର ଅଧ୍ୟକ୍ଷ ପଦବୀରେ ନୃପରାଜ ଯାଦବଙ୍କୁ ଜିତାଇବା ପାଇଁ ରବିବାର ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,ନୂତନ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସମେତ ବିଜେଡିର ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ନୃପରାଜ ଯାଦବ,୧ ନମ୍ବର ଓ୍ବାର୍ଡର କାଉନସେଲର ମଞ୍ଜୁଳା ସାହୁ,୨ ନମ୍ବର ଓ୍ବାର୍ଡର ଭୂପିନ୍ଦର ନାଏକଙ୍କୁ ଜିତାଇବା ପାଇଁ ପ୍ରଚଣ୍ଡ ଟାଣ ଖରାରେ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି।