Advertisement

ପରାଜୟର ସ୍ବାଦ ଚାଖିଲେ ହେବିୱେଟ

ପୁରୁଷୋତ୍ତମପୁର,୨୭ା୨(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ୩୫ ନଂ ଜୋନ ଅଧିନରେ ଥିବା ୮ ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇ ଥର ସରପଞ୍ଚ , ଥରେ ସମିତି ସଭ୍ୟ ହେବା ସହ ଥରେ ନିଜ ସ୍ତ୍ରୀଙ୍କୁ ସମିତି ସଭ୍ୟ କରାଇଥିବା ଅପରାଜିତ ହେବିୱେଟ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ସାହୁଙ୍କ ସହ ଜଣେ ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ସାଧାରଣ ବ୍ୟକ୍ତି ଜଗନ୍ନାଥ ପାତ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଥିରେ ଜଗନ୍ନାଥ ୪୩୪ ଖଣ୍ଡ ଅଧିକା ଭୋଟପାଇ ବିଜୟୀ ହୋଇଛନ୍ତି। ସେହିପରି ପାଣ୍ଡିଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଥିବା ପି ଗୋପାଳଙ୍କ ପରିବାର ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀରେ ରହିଥିବା ବେଳେ ବର୍ତ୍ତମାନ ପରାଜୟ ହୋଇଛନ୍ତି। ସେହିପରି ଅନ୍ତରି ଗାଁ ସରପଞ୍ଚ ମାମି ପରିଡା, ସମିତି ସଭ୍ୟ ମମତା ବାରିକ, ଭୀମପୁର ପଞ୍ଚାୟତର ସରପଞ୍ଚ ମାମାଲି ଦାସ, ସମିତି ସଭ୍ୟ ଜଗନ୍ନାଥ ପାତ୍ର, ବଡଖରିଡାର ସରପଞ୍ଚ କମା ଦଳେଇ, ସମିତି ସଭ୍ୟ ଅନିଲ କୁମାର ଦାଶ, ପାଣ୍ଡିଆର ସରପଞ୍ଚ ସବିତା ସେଠୀ, ସମିତି ସଭ୍ୟ ସୀମାଞ୍ଚଳ ଗୌଡ, ସିହେଚ ନୂଆଁ ଗାଁ ପଞ୍ଚାୟତ ସରପଞ୍ଚ ସତ୍ୟଭାମା ସ୍ବାଇଁ, ସମିତି ସଭ୍ୟ ଆଭା ପରିଡା, ଟଙ୍କାଛାଇର ସରପଞ୍ଚ ବିଶ୍ୱନାଥ ବେହେରା, ସମିତି ସଭ୍ୟ ଡଲି ବେହେରା, ଜାମୁନିର ସରପଞ୍ଚ ଇନ୍ଦ୍ରଜିତ ନାୟକ, ସମିତି ସଭ୍ୟ ମମିତା ମଲିକ, ଝାଡବାଇର ସରପଞ୍ଚ ପ୍ରିୟଙ୍କା ସେଠୀ, ସମିତି ସଭ୍ୟ ସୁଲତା ସେଠୀ ନିର୍ବାଚିତ ହୋଇଛନ୍ତି। ଏହାସହ ୱାର୍ଡ ସଭ୍ୟମାନଙ୍କର ମଧ୍ୟ ଫଳାଫଳ ଘୋଷଣା ହୋଇଛି। ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ଏହାକୁ ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share