Categories: ଜାତୀୟ

ମାଆଙ୍କ ୧୦୦ତମ ଜନ୍ମଦିନରେ ଆଶୀର୍ବାଦ ନେଲେ ମୋଦି

ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଶନିବାର ଅର୍ଥାତ୍ ୧୮ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପହଞ୍ଚି ମାଆଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ସେଠାରେ ପ୍ରାୟ ଅଧଘଣ୍ଟା ରହିବା ପରେ ସେ ସେଠାରୁ ବାହାରି ଯାଇଛନ୍ତି । ଏହାପରେ ସେ ବଡନଗରର ହଟକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ମୋଦି ପାୱାଗଡରେ ମା’ କାଳିଙ୍କ ଧ୍ୱଜାରୋହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଗାନ୍ଧିନଗରରେ ରାୟସନ ପେଟ୍ରୋଲ ପମ୍ପରୁ ୬୦ ମିଟର ସଡ଼କର ନାମ ବଦଳାଯାଇ ‘ପୂଜ୍ୟ ହୀରା ମାର୍ଗ’ ରଖାଯିବ । ଏହାର ନାମକରଣ ଗାନ୍ଧିନଗର ନଗର ନିଗମ କରିବ । ସଚନାଯୋଗ୍ୟ, ଏହା ପୂର୍ବରୁ ମୋଦି ଅହମଦାବାଦରେ ୧୧ ମାର୍ଚ୍ଚରେ ତାଙ୍କ ମାଆ ହିରାବେନଙ୍କୁ ଭେଟିଥିଲେ । ମାସକ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟଥର ଗୁଜରାଟ ଗସ୍ତ ।

Share