Categories: ଫୁରସତ

ଅପରେଶନ ମାଧ୍ୟମରେ ଉଚ୍ଚତା ବୃଦ୍ଧି

ବର୍ଲିନ୍‌: ଅଧିକ ସୁନ୍ଦର ଦେଖାଯିବାକୁ ଲୋକେ କେତେ କ’ଣ ପନ୍ଥା ଆପଣେଇଥା’ନ୍ତି। ଏପରିକି ଅନେକେ ମୁହଁର ପ୍ଲାଷ୍ଟିକ ସର୍ଜରି ମଧ୍ୟ କରାନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ଲାଷ୍ଟିକ ସର୍ଜରି ଏକ ସାଧାରଣ କଥା। ହେଲେ କେହି ସୁନ୍ଦର ଦିଶିବା ପାଇଁ ଗୋଡ଼ ଲମ୍ବା କରିବା ଶୁଣିଛନ୍ତି? ଏହା ଅଜବ ଲାଗୁଥିବେ ବି ସତ। ରିପୋର୍ଟ ମୁତାବକ, ଜର୍ମାନୀର ୩୧ ବର୍ଷୀୟା ମେଡେଲର ଥେରେସିଆ ଫିଶ୍ଚର ଏପରି କରିଛନ୍ତି। ତାଙ୍କ କହିବା ମୁତାବକ, ତାଙ୍କର କମ୍‌ ଉଚ୍ଚତା ପାଇଁ ଲୋକେ ତାଙ୍କୁ ଅନେକ କଥା ଶୁଣାଉଥିଲେ। ଏଥିସହ ସେ ତାଙ୍କ ମଡେଲିଂ କ୍ୟାରିୟର ପାଇଁ ମଧ୍ୟ ନିଜର ଗୋଡ଼ ଲମ୍ବା କରିବା କଥା ଚିନ୍ତା କଲେ। ନିକଟରେ ସେ ୨ଟି ଅପରେଶନ ସାହାଯ୍ୟରେ ୨ଟି ଟେଲିସ୍କୋପି ରଡ଼ ଭର୍ତ୍ତି କରାଇଛନ୍ତି। ଏଥିପାଇଁ ତାଙ୍କୁ ୧୬୧ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ କୋଟି ୩୧ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଅପରେଶନ ଯୋଗୁ ତାଙ୍କ ଉଚ୍ଚତା ୧୪ ସେ.ମି. ବୃଦ୍ଧି ପାଇ ୬ ଫୁଟ୍‌ ହୋଇଛି। ଏପରି କରିବା ଦ୍ୱାରା ତାଙ୍କୁ ବହୁତ ଫାଇଦା ମିଳିଛି। ଏବେ ତାଙ୍କର ୬ ନୂଆ ବୟଫ୍ରେଣ୍ଡ ହେବା ସହ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି। ଏଥିସହ ଖୁସି ଏବଂ ସନ୍ତୁଷ୍ଟି ମିଳିଥିବା ସେ କହିଛନ୍ତି। ହେଲେ ତାଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ଅନେକ କଥା ଶୁଣିବାକୁ ପଡୁଛି, ଯାହା ତାଙ୍କୁ କଷ୍ଟ ଦେଉଛି।

Share