ସୁନ୍ଦରୀ ହେଲେନ୍‌ଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ୪ ସନ୍ତାନର ପିତା ସଲିମ୍‌ ଖାଁ; ଏଭଳି ଥିଲା ତାଙ୍କର ଲଭ୍‌ଷ୍ଟୋରୀ

ବମ୍ବେ: ବଲିଉଡ୍‌ରେ ଆଇଟମ୍‌ ଗର୍ଲର ପରମ୍ପରା ବେଶ ପୁରୁଣା କହିଲେ ଚଳେ। ଅନେକ ନାୟିକା ଏଥିରେ ନାଚି ଦର୍ଶକଙ୍କୁ ମତୁଆଲା କରନ୍ତି। ହେଲେ ବଲିଉଡ୍‌ର ପ୍ରଥମ ଆଇଟମ୍‌ ଗର୍ଲ କିଏ  ଜାଣନ୍ତି? ସେ ହେଲେ ହେଲେନ୍‌। ନିଜ ସମୟରେ ସେ ଏତେ ଚର୍ଚ୍ଚିତ ଥିଲେ ଯେ ତାଙ୍କ ନୃତ୍ୟ ଦେଖିବାକୁ ଦର୍ଶକେ ପାଗଳ ହୋଇଯାଉଥିଲେ। ୫୦ ଏବଂ ୬୦ ଦଶକରେ ସେ ଆଇଟମ୍‌ ଗୀତରେ ନାଚି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ।

୧୯୩୮ ଆଜିର ଦିନରେ ମିଆଁମାରରେ ଜନ୍ମ ନେଇଥିଲେ ହେଲେନ। ତାଙ୍କର ଜୀବନ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ବାପାଙ୍କୁ ହରାଇବା ପରେ ହେଲେନଙ୍କ ମା’ ଜଣେ ବ୍ରିଟିଶ ସୈନିକଙ୍କୁ ବିବାହ କରିଥିଲେ। ପରେ ତାଙ୍କ ପରିବାର କୋଲକାତା ଚାଲିଆସିଥିଲା। ଘରର ଖର୍ଚ୍ଚ ଉଠାଇବାକୁ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ। ପରେ ସେ ଆଇଟମ୍‌ ଗର୍ଲ ଭାବେ ନାଁ କମାଇଥିଲେ। ୧୯୫୭ରେ ସେ ନିଜଠାରୁ ୨୭ ବର୍ଷ ବଡ଼ ନିର୍ଦ୍ଦେଶକ ପିଏନ୍‌ ଅରୋରାଙ୍କୁ ବିବାହ କରିଥିଲେ। ଏହି ବିବାହ ୧୮ ବର୍ଷ ଯାଏ ଚାଲିଥିଲା। ୧୯୭୪ରେ ସେ ପିଏନ୍‌ଙ୍କଠାରୁ ଛାଡ଼ପତ୍ର ନେଇଥିଲେ।

ପରେ ହେଲେନଙ୍କ ଜୀବନକୁ ଆସିଥିଲେ ଜଣାଶୁଣା ଲେଖକ ସଲିମ ଖାଁ। ସେ ହେଲେନଙ୍କ ସହାୟତା କରିବା ପରେ ତାଙ୍କୁ ପୁଣି କାମ ମିଳିଥିଲା। ‘ଡନ୍‌, ଦୋସ୍ତାନା, ଶୋଲେ’ ଭଳି ଚଳଚ୍ଚିତ୍ରରେ ସେ କାମ କରିଥିଲେ। ସେତେବେଳେ ହେଲେନଙ୍କ ସୁନ୍ଦରତା ସମସ୍ତଙ୍କୁ ବିମୋହିତ କରୁଥିଲା। ସଲିମ ମଧ୍ୟ ସେଥିରୁ ବର୍ତ୍ତି ପାରି ନ ଥିଲେ। ପୂର୍ବରୁ ବିବାହିତ ଏବଂ ୪ ସନ୍ତାନର ପିତା ଥିବା ସତ୍ତ୍ୱେ ହେଲେନଙ୍କୁ ସେ ଭଲପାଇ ବସିଥିଲେ। ୧୯୮୧ରେ ସବୁକିଛିକୁ ପଛରେ ପକାଇ ଉଭୟ ବିବାହ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନରେ ହେଲେନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri