କ୍ୟାନ୍‌ସରରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ହଲିଉଡ୍‌ ଫିଲ୍ମ ‘ହ୍ୟାରି ପୋଟର’ ଫ୍ରାଞ୍ଚାଇଜ୍‌ରେ ଡ୍ରାକୋ ମେଲଫାୟଙ୍କ ମା’ ନାର୍ସିସା ମେଲଫାୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ହେଲେନ ମ୍ୟାକକ୍ରୋରିଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ସେ ୫୨ ବର୍ଷର ହୋଇଥିଲେ। କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବିଗତ କିଛି ଦିନ ହେବ ସେ ଚିକିତ୍ସାଧୀନ ଥିଲେ। ହେଲେନଙ୍କ ମୃତ୍ୟୁ ଖବର ନେଇ ତାଙ୍କ ସ୍ବାମୀ ଡେମିୟନ ଲୁଇସ ଟୁଇଟ୍‌କରି ଜଣାଇଛନ୍ତି। ସେ ଲେଖିଛନ୍ତି, ହେଲେନ ଘରେ ପରିବାର ଲୋକଙ୍କ ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜଣେ ସୁନ୍ଦର ଓ ଶକ୍ତିଶାଳି ମହିଳା ହେଲେନ କର୍କଟ ଯୁଦ୍ଧରେ ଲଢ଼ି ଲଢ଼ି ଶେଷରେ ହାରିଯାଇଛନ୍ତି ବୋଲି ସେ ଲେଖିଛନ୍ତି। ହେଲେନଙ୍କ ମୃତ୍ୟୁ ପରେ ହଲିଉଡ୍‌ ସାଙ୍ଗକୁ ବଲିଉଡ୍‌ରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ନିର୍ଦ୍ଦେଶକ ହସଲ ମେହତା ଏ ନେଇ ଦୁଃଖ ପ୍ରକାଶ କରିବା ସହ ଟୁଇଟ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Share