ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ, ୭ ଆହତ

ମସ୍କୋ,୨୭ା୭: ସାଇବେରିଆରେ ଗୁରୁବାର ରୁଷିଆର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ରୁଷିଆର ଜରୁରୀକାଳିନ ଅଧିକାରୀ ସୂଚନା ଦେଇଛନ୍ତି।

ରୁଷିଆର ଜରୁରୀକାଳିନ ମନ୍ତ୍ରଣାଳୟର ଅଲଟାଇ ଶାଖା କହିଛି, ଦକ୍ଷିଣ ସାଇବରିଆର ଅଲଟାଇ ରିପବ୍ଲିକରେ ଥିବା ଏମ୍‌ଆଇ-୮ ହେଲିକପ୍ଟରଟି ଏକ ବିଦ୍ୟୁତ୍‌ ଲାଇନ ଉପରେ ଅବତରଣ କରିବା ସମୟରେ ନିଆଁ ଲାଗିଯାଇଥିଲା।

ଆର୍‌ଆଇଏ ନୋଭୋଷ୍ଟିଙ୍କ ଅନୁଯାୟୀ, ମୋଟ୍‌ ୧୨ ଜଣ ଯାତ୍ରୀ ଏବଂ ତିନି ଜଣ କ୍ରୁ ସଦସ୍ୟ ବିମାନରେ ଥିଲେ। କିନ୍ତୁ ଜରୁରୀକାଳିନ ମନ୍ତ୍ରଣାଳୟ ମୋଟ ସଂଖ୍ୟା ୧୩ ବୋଲି କହିଛି।

Share