ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ-ଫଟୋଗ୍ରାଫର ମୃତ

ଓ୍ବାଶିଂଟନ,୨୦ା୧୨: ଆମେରିକାର ନ୍ୟୁ ଜର୍ସିରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ପାଇଲଟ ଏବଂ ଫଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି।

ଏକ ରିପୋର୍ଟରୁ ପ୍ରକାଶ ଯେ, ଟେଲିଭିଜନ ଆଉଟ୍‌ଲେଟ୍‌ର ଜଣେ ପାଇଲଟ ଏବଂ ଫଟୋଗ୍ରାଫର ଏହି ହେଲିକପ୍ଟରରେ ଥିଲେ। ଏହି ଦୁଇଜଣ ମଙ୍ଗଳବାର ରାତିରେ ଏକ ଆସାଇନମେଣ୍ଟ୍‌ରୁ ଫେରୁଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା ବୁଧବାର ସୂଚନା ମିଳିଛି।

Share