ସମୁଦ୍ରରେ ଖସିପଡ଼ିଲା ହେଲିକପ୍ଟର

ଓ୍ବାଶିଂଟନ,୨୦।୨: ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ମିଆମି ବେଳାଭୂମି ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ହେଲିକପ୍ଟରରେ ୩ ଜଣ ଯାତ୍ରୀ ଥିଲେ। ସେହି ସମୟରେ ବେଳାଭୂମିରେ ପ୍ରବଳ ଗହଳି ଥିଲା। ସନ୍ତରଣ ଓ ସୂର୍ଯ୍ୟସ୍ନାନ ପାଇଁ ବହୁସଂଖ୍ୟାରେ ଲୋକ ମିଆମି ବେଳାଭୂମିକୁ ଆସିଥାନ୍ତି। ରବିନସନ ଆର୍‌୪୪ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଫେଡେରାଲ ଆଭିଏଶନ ପ୍ରଶାସନ ତଦନ୍ତ କରୁଛି। ଆହତ ହୋଇଥିବା ଦୁଇ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share