ମଙ୍ଗଳରେ ଉଡ଼ିଲା ହେଲିକପ୍ଟର

ପୃଥିବୀ ବାହାରେ କୌଣସି ଦ୍ୱିତୀୟ ଗ୍ରହରେ ହେଲିକପ୍ଟର ଉଡ଼ାଇବାରେ ସଫଳ ହୋଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସୋମବାର ମଙ୍ଗଳ ମାଟିରେ ଇନ୍‌ଜେନ୍ୟୁଟି ମାର୍ସ ହେଲିକପ୍ଟର ସଫଳତାର ସହ ଉଡ଼ାଣ ଭରିଛି। ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ପାଇଁ ଫେବୃୟାରୀ ୧୮ରେ ନାସା ପର୍ସିଭରେନ୍ସ ରୋଭର ସହ ଲୋହିତ ଗ୍ରହକୁ ଏହି ହେଲିକପ୍ଟର ପଠାଇଥିଲା। ପ୍ରାୟ ୬ ବର୍ଷର ଉଦ୍ୟମ ପରେ ମଙ୍ଗଳର ଧୂୂଳିଭର୍ତ୍ତି ମାଟିରେ ଫ୍ଲାଇଟ୍‌ ଟେଷ୍ଟିଂର ଲାଇଭ୍‌ ଟେଲିକାଷ୍ଟ କରାଯାଇଥିଲା। ଏହି ହେଲିକପ୍ଟରର ଓଜନ ୪ ପାଉଣ୍ଡ ବା ୧.୮ କେଜି, ଲମ୍ବ ୧.୬ ଫୁଟ। ଏଥିରେ ବ୍ୟାଟେରି, ହିଟର ସହ ସେନ୍ସସର ମଧ୍ୟ ଲଗାଯାଇଛି। ଏହାର ଉପରେ ସୋଲାର ପ୍ୟାନେଲ ରହିଛି, ଯାହା ସୂର୍ଯ୍ୟାଲୋକ ଦ୍ୱାରା ଚାର୍ଜ ହୋଇଥାଏ। ରୋଟରକ୍ରାଫ୍ଟର ଉଡ଼ାଣ ପାଇଁ ନାସା ଏକ ସମତଳ ଭୂମି ବାଛିଥିଲା।

Share