Categories: ଜାତୀୟ

ଚିରାଗଙ୍କୁ ହେଲିକପ୍ଟର-ପଶୁପତିଙ୍କୁ ସିଲାଇ ମେସିନ…

ନୂଆଦିଲ୍ଲୀ,୫।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପୁରୁଣା ନିର୍ବାଚନୀ ଚିହ୍ନ ଫ୍ରିଜ୍‌ କରାଯାଇ ନିର୍ବାଚନ ମିଶନଙ୍କ ପକ୍ଷରୁ ଚିରାଗ ପାସଓ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)କୁ ହେଲିକପ୍ଟର ଚିହ୍ନ ପ୍ରଦାନ କରାଯାଇଛି। ଫଳରେ ଏଲ୍‌ଜେପି ଦୁଇଭାଗ ହୋଇ ଯାଇଛି। ସେହିପରି ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ଦେଇଛନ୍ତି।

ପୂର୍ବରୁ ଏଲ୍‌ଜେପିର ଚିହ୍ନ ବଙ୍ଗଳା ଥିଲା। ନିର୍ବାଚନ କମିଶନ ଚିରାଗ ଏବଂ ପଶୁପତିଙ୍କୁ ରାଜନୈତିକ ଦଳର ନିର୍ବାଚନୀ ଚିହ୍ନ ଏବଂ ନାମ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଚିରାଗଙ୍କ ରାଜନୈତିକ ଦଳକୁ ଲୋକ ଜନଶକ୍ତି ପାର୍ଟି( ରାମ ବିଳାସ) ଭାବେ ନାମିତ କରାଯାଇଛି। ସେହିପରି ପଶୁପତିଙ୍କ ଦଳକୁ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଭାବେ ନାମକରଣ କରାଯାଇଛି।

Share