ନେପାଳରୁ ଉଡାଣ ଭରିଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ, ୫ଯାତ୍ରୀ ମୃତ

କାଠମାଣ୍ଡୁ,୧୧।୭: ନେପାଳର ସୋଲୁଖୁରୁ କାଠମାଣ୍ଡୁ ଯାଉଥିବା ଏକ ହେଲିକପ୍ଟର ନିଖୋଜ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ୬ଜଣଙ୍କ ମଧ୍ୟରୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖବର ମୁତାବକ, ହେଲିକପ୍ଟରଟି ସକାଳ ପ୍ରାୟ ୧୦ଟାରେ କଣ୍ଟ୍ରୋଲ ଟାୱାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରୁ ହେଲିକପ୍ଟରର ଧ୍ୱଂସାବଶେଷ ଏବଂ ପାଞ୍ଚଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛିି। ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ର ପତ୍ତନଠାରୁ ୩୫୦୦ ମିଟର ଉଚ୍ଚରେ ଲାମଜୁରା ପାସ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ ଶେଟ ବି ଗୁରୁଙ୍ଗଙ୍କ ବ୍ୟତୀତ ହେଲିକପ୍ଟରରେ ପାଞ୍ଚ ଜଣ ମେକ୍ସିକୋ ନାଗରିକ ଉପସ୍ଥିତ ଥିଲେ।

Share