ମୁମ୍ବାଇ,୨୯।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରତ୍ୟେକ ତହସିଲରେ ହେଲିପ୍ୟାଡ ତିଆରି କରିବେ ଏବଂ ରାଜ୍ୟରେ ରନୱେ ବିସ୍ତାର ପାଇଁ କାର୍ଯ୍ୟ କରିବେ ଯାହା ଦ୍ୱାରା ଲୋକମାନେ ଉପଯୁକ୍ତ ଚିକିତ୍ସା ସହାୟତା ପାଇପାରିବେ।
ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଥିବା ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ବିମାନ ଚଳାଚଳ କରିବ। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଲୋକେ ଏହା ଦ୍ୱାରା ବେଶ୍ ଉନକୃତ ହୋଇପାରିବେ। ମହାରାଷ୍ଟ୍ର ବିମାନବନ୍ଦର ବିକାଶ କମ୍ପାନୀର ପରିଚାଳନା ବୋର୍ଡର ୮୧ତମ ବୈଠକରେ ଯୋଗଦେଇ ଶିନ୍ଦେ ଏପରି କରିଛନ୍ତି।
ଏହି ଯୋଜନା ଘୋଷଣା କରି ଶିନ୍ଦେ ଅଧିକାରୀମାନଙ୍କୁ ଏକକାଳୀନ ରନୱେ ଏବଂ ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ବିମାନବନ୍ଦର ବିକାଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଦୀପକ କପୁର କହିଛନ୍ତି ଯେ ମହାରାଷ୍ଟ୍ରରେ ୧୫ ଟି ବିମାନବନ୍ଦର ଏବଂ ୨୮ଟି ଏୟାରଷ୍ଟ୍ରିପ ଅଛି।
ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଗୋସିଖୁର୍ଦ, କୋୟନା ଏବଂ କୋଙ୍କଣ ଅଞ୍ଚଳରେ ପର୍ଯ୍ୟଟନ ପାଇଁ ସାମୁଦ୍ରିକ ବିମାନର ଶୁଭାରମ୍ଭ ସମୀକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶିିନ୍ଦେ ଅମରାବତୀ, ଶିରିଡି, ଗୋନ୍ଦିଆ, ରତ୍ନାଗିରି ଏବଂ ସୋଲାପୁରର ବିମାନବନ୍ଦର ବିଷୟରେ ଆଲୋଚନା କରିଥିଲେ।