ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍ ଲେଖିଛନ୍ତି। ସେ ଏହି ମେସେଜ୍କୁ ଟୁଇଟର୍ରେ ଶେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଫିଲିପ୍ ଓ କିଫ୍। ତାଙ୍କ ବୟସ ୬୨ ବର୍ଷ। ସେ ଟୁଇଟ୍ କରି କହିଛନ୍ତି, ହ୍ୟାଲୋ, ବିଶ୍ୱ! ଛୋଟ ଟୁଇଟ୍, ବଡ ଉପଲବ୍ଧି। ଏହି ଟୁଇଟ୍କୁ ଫିଲପ୍ ସିଙ୍କ୍ରୋନ କମ୍ପାନୀ ସିଇଓ ଥୋମାସ ଅକ୍ସଲେଙ୍କ ଟୁଇଟର୍ ହ୍ୟାଣ୍ଡେଲ୍ରୁ କରିଛନ୍ତି। ସେ ଡାକ୍ତରଙ୍କୁ ମସ୍ତିଷ୍କରେ ପେପରକ୍ଲିପ୍ ପ୍ରତ୍ୟାରୋପଣ ପାଇଁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ସିଙ୍କ୍ରୋନ କମ୍ପାନୀ ଫିଲିପଙ୍କର ମସ୍ତିଷ୍କରେ ଏକ ମାଇକ୍ରୋଚିପ ଲଗାଇ ତାଙ୍କର ଚିନ୍ତାଧାରାକୁ ଶବ୍ଦରେ ପରିଣତ କରିବାର ଶକ୍ତି ଦେଇଛି। ଫିଲିପଙ୍କ ମସ୍ତିଷ୍କରେ ଲଗାଯାଇଥିବା ଏକ ମାଇକ୍ରୋଚିପ ମସ୍ତିଷ୍କ ସଙ୍କେତ ପଢେ। ତା’ପରେ ଏହା ସଙ୍କେତକୁ ବିଶ୍ଳେଷଣ କରେ ଏବଂ ମସ୍ତିଷ୍କର ନିର୍ଦ୍ଦେଶାବଳୀକୁ ବ୍ୟାଖ୍ୟା କରେ। ମସ୍ତିଷ୍କର ନିର୍ଦ୍ଦେଶାବଳୀ ବୁଝିବା ଏବଂ ଏହାକୁ ଶବ୍ଦରେ ପରିଣତ କରେ। ଫିଲିପ୍ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କହିଛନ୍ତି।