ହେଲ୍‌ମେଟ ଯାଞ୍ଚ: ୪୫୬ ମାମଲା ରୁଜୁ

ବାରିପଦା ଅଫିସ,୨୩।୫: ମୟୂରଭଞ୍ଜ ଜିଲା ବାରିପଦା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଓ ରାଜ୍ୟ ରାଜପଥରେ ଚାଲିଥିବା ହେଲମେଟ ଯାଞ୍ଚ ଶେଷ ହୋଇଛି। ୭ଦିନ ବ୍ୟାପି ଚାଲିଥିବା ଏହି ସ୍ବତନ୍ତ୍ର ଯାଞ୍ଚରେ ଜିଲାରେ ମୋଟ ୪୫୬ଟି ମାମଲା ରୁଜୁ ହୋଇଛି। ଏହା ସହିତ ୯୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରି ଜରିମାନା କରାଯାଇଛି। ଏ ସଂକ୍ରାନ୍ତରେ ବାରିପଦା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ପ୍ରଦାନ କରାଯାଇଛି।