Categories: ଜାତୀୟ

କୋଭିଡ୍‌ ବେଳେ ଯୋଗୀ ଆଦିତ୍ୟନାଥଙ୍କ ଗୋରୁ ସୁରକ୍ଷା ଚିନ୍ତା

ଲକ୍ଷ୍ନୌ, ୫ା୫ : କୋଭିଡ୍‌-୧୯ କାରଣରୁ ଉତ୍ତର ପ୍ରଦେଶରେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଗୋରୁ ସୁରକ୍ଷାକୁ ପ୍ରଧାନ୍ୟ ଦେଉଛି ଯୋଗୀ ଆଦିତ୍ୟନାଥଙ୍କ ସରକାର। ରାଜ୍ୟର ପ୍ରତ୍ୟେକ ଜିଲାରେ ଗୋରୁଙ୍କ ସୁରକ୍ଷା ଲାଗି ହେଲ୍ପ ଡେସ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ଏତିକି ନୁହେଁ, ପ୍ରତ୍ୟେକ ଗୌଶାଳରେ କୋଭିଡ୍‌-୧୯ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି। ଆଉ ଗୋରୁମାନଙ୍କ ପାଇଁ ନିୟମିତ ମାସ୍କ ଓ ଥରମାଲ ସ୍କ୍ରିନିଂ ବାଧ୍ୟତାମୂଳକ। ଗୌଶାଳକୁ ଅକ୍ସିମିଟର ଓ ଥରମାଲ ସ୍କାନର ଭଳି ମେଡିକାଲ ସଂରଞ୍ଜାମ ମଧ୍ୟ ଯୋଗାଇ ଦିଆଯିବ। ବୁଲା ଗୋରୁଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ ବୃଦ୍ଧି କରାଯାଉଛି ଗୌଶାଳ ସଂଖ୍ୟା। ଅଫିସିଆଲ ତଥ୍ୟ ଅନୁଯାୟୀ, ରାଜ୍ୟରେ ୫,୭୩,୪୧୭ ଗୋରୁ ଥିବାବେଳେ ୫,୨୬୮ ସୁରକ୍ଷା କେନ୍ଦ୍ର ରହିଛି।

Share