ଅମରପାଲି,୨୩ା୮(ଡି.ଏନ.ଏ.): ମହାନଦୀରେ ଆସିଥିବା ବନ୍ୟାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଖମ୍ବେଶ୍ୱରିପାଲି ଓ କମଲପୁର ଗାଁର ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ଭାସିଯାଇଥିଲା। କ୍ଷତିପୂରଣ ଯୋଗାଇ ଦେବାପାଇଁ ସୋମବାର ମତ୍ସଜୀବୀମାନେ ଉଫୁଲା ପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀଙ୍କୁ ନିବେଦନ କରଛନ୍ତି। ଖମ୍ବେଶ୍ୱରିପାଲିର ୩୩ ଓ କମଲପୁରର ୩ଜଣ ମତ୍ସ୍ୟଜୀବୀ ସରପଞ୍ଚ କର୍ମୀଙ୍କୁ ନିଜର ଅସୁବିଧା ଜଣାଇଥିଲେ। ସେମାନେ ପୂର୍ବରୁ ବୀମା କରିଥିବା ନେଇ ସୂଚନା ଦେବା ସହ ସମସ୍ତ ବୀମା କାଗଜପତ୍ର ପ୍ରଦାନ କରିଥିଲେ। ସରପଞ୍ଚ ସମସ୍ତଙ୍କ ବୀମା କାଗଜପତ୍ର ସଂଗ୍ରହ କରି ମତ୍ସବିଭାଗ ଏବଂ ବୀରମହାରାଜପୁର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଖମ୍ବେଶ୍ୱରିପାଲି ଗଁା ମତ୍ସ୍ୟଜୀବୀଙ୍କ ପ୍ରତିନିଧିଭାବେ ସାନ ଝାଙ୍କର, ରଞ୍ଜନ ବାଘ, ଗୋବିନ୍ଦ ତରିଆ, ଚାପଧାରି ଝାଙ୍କର, ଗୁଞ୍ଜୁର ବାଘ, ରାଧେଶ୍ୟମା ମାଝି ଏବଂ କମଳପୁର ଗାଁର ଠୁଲୁ ବାଘ, କଷ୍ଟ ବାଘ ଓ ମହେଶ୍ବର ବାଘ ସରପଞ୍ଚଙ୍କୁ ଭେଟିଥିଲେ।