ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ: ଚାଲିଗଲା ହେଲପର୍‌ଙ୍କ ଜୀବନ

କଟକ ସଦର,୯ା୭: କଟକ-ନୂଆଗାଁ ଜାତୀୟ ରାଜପଥ କନ୍ଦରପୁର ଥାନା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ହେଲପର୍‌ ସୁରେନ୍ଦ୍ର ଲେଙ୍କାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ ଗୋପାଳପୁର ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ବ୍ରହ୍ମପୁରରୁ ଦୁଗ୍ଧ ଟ୍ୟାଙ୍କର(ନଂ.ଓଡି୦୫କେ-୭୫୫୭) ତିର୍ତ୍ତୋଲକୁ ଯାଉଥିଲା। ହେଲେ କନ୍ଦରପୁର ଥାନା ନିକଟରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇ ପଠାଇଛି। ଏନେଇ କନ୍ଦରପୁର ଥାନା ପୋଲିସ ଏକ ଦୁର୍ଘଟଣା ମାମଲା(ନଂ.୧୧୯/୨୨) ରୁଜୁ କରି ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।