ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଉପାନ୍ତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଶନିବାର ସାମ୍ନାକୁ ଆସିଛି। ଗ୍ରାମର ଚତୁର୍ଭୁଜ ମହାନନ୍ଦ(୭୦)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ପରେ ମୃତଦେହ ସତ୍କାର ପାଇଁ ତାଙ୍କୁ ଚାରିକାନ୍ଧ ମିଳି ନ ଥିଲା। ୨ଜଣ ସମ୍ପର୍କୀୟ ମୃତଦେହକୁ ବୋହି ନେଇ ସତ୍କାର କରିଥିଲେ। ଅନ୍ୟପଟେ ସ୍ବାମୀ ଚାଲିଗଲା ପରେ ବୃଦ୍ଧା ସ୍ତ୍ରୀ ସକୃତା(୬୫) ଭାଙ୍ଗି ପଡ଼ିଛନ୍ତି। ତାଙ୍କ ଦୁଃଖ ପୂର୍ବାପେକ୍ଷା ବହୁଗୁଣିତ ହୋଇ ପଡ଼ିଛି। ଝାଟିମାଟି କୁଡ଼ିଆର ପଲିଥିନ ତଳେ ସେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ତେବେ ସ୍ବାମୀ ଚାଲିଗଲା ପରେ ଏଭଳି ସମସ୍ୟା ଉପୁଜିଛି, ତାହା ନୁହେଁ। ବର୍ଷ ବର୍ଷ ଧରି ବୃଦ୍ଧ ଦମ୍ପତି ଦୁର୍ବିସହ ଜୀବନ ଅତିବାହିତ କରୁଥିଲେ ଏବଂ ସେମାନଙ୍କ ପ୍ରତି କାହାର ନଜର ନ ପଡ଼ିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ପୃକ୍ତ ବୃଦ୍ଧ ଦମ୍ପତିଙ୍କ ଝିଅପୁଅ କେହି ନାହାନ୍ତି। ଗାଁ ମୁଣ୍ଡରେ ଝାଟିମାଟି କୁଡ଼ିଆଟିଏ କରି ପଲିଥିନ ତଳେ ଉଭୟ ରହୁଥିଲେ। ଘରକୁ ବିଦ୍ୟୁତ୍‌ ସଂଯୋଗ ତ ଦୂରର କଥା, ଯେଉଁ ଝାଟିମାଟି କୁଡ଼ିଆଟିଏ ରହିଛି, ସେହି ଘରର ୩ ପାର୍ଶ୍ୱ ଖୋଲା ରହିଛି। ଘରେ ଅଳ୍ପ କିଛି ବାସନକୁସନ, ବସ୍ତ୍ର ରହିଛି। ଏଭଳି ଏକ କୁଡ଼ିଆରେ ଖରାବର୍ଷା, ଶୀତକାକରରେ ବୃଦ୍ଧ ଦମ୍ପତି ରହୁଥିଲେ ଏବଂ ଦିନକ ତଳେ ବୃଦ୍ଧ ସ୍ବାମୀ ଚାଲିଗଲା ପରେ ବୃଦ୍ଧାଙ୍କ ସମସ୍ୟା ବଢ଼ି ଚାଲିଛି। ତାଙ୍କ ଏଭଳି ସମସ୍ୟା ଜାଣିବା ପରେ ଶନିବାର ସ୍ଥାନୀୟ ବାରପାହାଡ଼ କୃଷକ ସଙ୍ଗଠନର ସଭାପତି ଇଶାନ୍ତ ଭୋଇ ତାଙ୍କ ପାଖରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ବୃଦ୍ଧାଙ୍କ ସମସ୍ୟା ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଭୋଇ କହିଛନ୍ତି। ସେ ଆହୁରି କହିଛନ୍ତି, ମୃତ ଚତୁର୍ଭୁଜ ଛତିଶଗଡ଼ ରାଜ୍ୟ ଲୁକାପରାର ମୂଳ ବାସିନ୍ଦା। ବୁଙ୍ଗାପାଲି ଗ୍ରାମକୁ ଆସି ଘରଜ୍ୱାଇଁ ଭାବେ ରହୁଥିଲେ। ତାଙ୍କ ଅଳ୍ପ କିଛି ଜମି ରହିଛି। ତାହା ଭାଗଚାଷରେ ଲଗାଇଛନ୍ତି। ସେହିପରି ବାର୍ଦ୍ଧକ୍ୟ ଭତ୍ତା ଏବଂ ଚାଉଳ ପାଉଥିଲେ। ବାର୍ଦ୍ଧକ୍ୟ ଭତ୍ତା, ଚାଉଳ ଏବଂ ଭାଗଚାଷରୁ ଯାହା ମିଳୁଥିଲା, ସେଥିରେ ବୃଦ୍ଧ ଦମ୍ପତି ଚଳୁଥିଲେ ବୋଲି ଭୋଇ କହିଛନ୍ତି। ତେବେ ସକୃତା ଯେଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ନ ହେବେ, ସେ ନେଇ ପଦକ୍ଷେପ ନେବା ପାଇଁ ବାରପାହାଡ଼ କୃଷକ ସଙ୍ଗଠନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଉଦ୍ୟମ ଜାରି ରଖିବ ବୋଲି ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାନ କାମକୁ ସମାନ ଦରମା ଦିଆଯାଉ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ବେଲଗୁଣ୍ଠା ଟାଉନ ହଲଠାରେ ରବିବାର ଓଡ଼ିଶା ଆଉଟସୋର୍ସିଂ ପୌର କର୍ମଚାରୀ ସଂଘର ଜିଲା ସଭାପତି ପ୍ରଶାନ୍ତ ପରିଛାଙ୍କ ସଭାପତିତ୍ୱରେ ସଂଘର ଗଞ୍ଜାମ ଜିଲା...

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ CAITର ବଡ଼ ନିଷ୍ପତ୍ତି: ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ, ଇ-କମର୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (CAIT) ପାକିସ୍ତାନ ସହ ସମସ୍ତ ବାଣିଜ୍ୟ...

ଧମକ ଦେଇ ଥରିଲେ ବିଲୱାଲ, ରାତି ଅଧରେ ପାକିସ୍ତାନ ଛାଡି କାନାଡା ପଳାଇଲେ…

ଇସଲାମବାଦ,୨୭।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରି ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ...

ବିନା ସୂଚନାଫଳକରେ ଚାଲିଛି ଉପ-ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ନିମ୍ନମାନର ଅଭିଯୋଗ

କେସିଙ୍ଗା,୨୭ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଶିରୋଲସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟରେ ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ୱାରା ୫୫ଲକ୍ଷ ବ୍ୟୟ ଅଟକଳରେ...

ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ: ଯେଉଁମାନେ ଛାଡିବେନି ଭାରତ, ସେମାନଙ୍କ ସହ କ’ଣ କରିବେ ଭାରତ ସରକାର?

ନୂଆଦିଲ୍ଲୀ,୨୭।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହୋଇଥିବା ବିଭତ୍ସ ହତ୍ୟାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି। କାରଣ ହତ୍ୟା ସାଧାରଣ ନାଗରିକ ଯେଉଁମାନେ ପର୍ଯ୍ୟଟକଭାବେ...

ଭେଣ୍ଡିଂ ଜୋନ୍‌ରେ ବସୁନାହାନ୍ତି ଉଠା ପରିବା ଦୋକାନୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଉଠା ପନିପରିବା ବେପାରୀମାନଙ୍କ ଲାଗି ବଡ଼ ବଜାର ଭାରତୀ ବିଦ୍ୟାପୀଠ ସମ୍ମୁଖ ଓ ସାନ ବଜାର ବ୍ଲକ ସମ୍ମୁଖରେ ଭେଣ୍ଡିଂ ଜୋନ ନିର୍ମାଣ...

ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ପଡ଼ିପାରେ କୁଆପଥର

ଭୁବନେଶ୍ୱର,୨୭ା୪: ରାଜ୍ୟର ବଦଳିବ ପାଗ। ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଜାରି କରିଛି...

ବର୍ଡରରୁ ମିଳିଲା ପାକିସ୍ତାନର ଖୁଫିଆ ବଙ୍କର୍‌, ଭିତରକଥା ଜାଣିଲେ…

ଇସଲାମବାଦ,୨୭।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସତର୍କତା ଜାରି କରାଯାଇଛି। ବିଶେଷକରି ଜମ୍ମୁ-କଶ୍ମୀର ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image