ଅସହାୟ ଆଦିବାସୀ

ଢେଙ୍କାନାଳ ଅଫିସ, ୨୪।୭

ଉପେକ୍ଷିତ ହେବେନାହିଁ ଆଦିବାସୀ। ବଣଡଙ୍ଗରରେ ରହୁଥିବା ବନବାସୀଙ୍କୁ ମୁଖ୍ୟସ୍ରୋତକୁ ଅଣାଯିବ। ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ ହେବେ ସେମାନେ। ସେମାନଙ୍କୁ ହାତପାଆନ୍ତାରେ ମିଳିବ ସର୍ବନିମ୍ନ ମୌଳିକ ସୁବିଧା। ପ୍ରକୃତି କୋଳରେ ବଢ଼ି ପ୍ରକୃତିରୁ ଜୀବନ ଜୀବିକାର ବାଟ ଖୋଜୁଥିବା ଆଦିବାସୀ ପରିବାର ପାଇଁ ସରକାରଙ୍କ ଏଭଳି ଗଦା ଗଦା ପ୍ରତିଶ୍ରୁତି। ତେବେ ଶିଳ୍ପବହୁଳ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଦେଓଗଁା ପଞ୍ଚାୟତର ମହୁଲଖୋଳି ଗ୍ରାମରେ ରହୁଥିବା ୭ ଆଦିବାସୀ ପରିବାରର ଦୁର୍ଦ୍ଦଶାର ଦୟନୀୟ ଚିତ୍ର ଦେଖିଲେ ସବୁ ଯୋଜନା ଯୋଜନ ଦୂରରେ ରହିଯାଇଥିବା ସ୍ପଷ୍ଟ ବାରିହୋଇପଡୁଛି।
ମହୁଲଖୋଳି ଗ୍ରାମରେ ବାସ କରନ୍ତି ଶବର ସମ୍ପ୍ରଦାୟର ୭ ଆଦିବାସୀ ପରିବାର। ମୋଟ ସଦସ୍ୟଙ୍କ ସଂଖ୍ୟା ୨୨। ପୂର୍ବରୁ ଯାଯାବର ଜୀବନଯାପନ କରୁଥିବା ଏହି ପରିବାର ୧୦ ବର୍ଷ ହେଲା ମହୁଲଖୋଳିକୁ ସ୍ଥାୟୀ ଆବାସ ଭାବେ ବାଛି ନେଇଛନ୍ତି। ହେଲେ ସେମାନଙ୍କ ପାଖରେ ଏବେ ବି ଅପହଞ୍ଚ ସରକାରୀ ଯୋଜନା। ଭୂମିହୀନ ପରିବାରକୁ ଜାଗା ଯୋଗାଇଦେବା ନିୟମ ଥିବାବେଳେ ଏଥିରୁ ବଞ୍ଚତ୍ତ ହୋଇ ରହିଛନ୍ତି ସେମାନେ। ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପଡ଼ି ଥିବାରୁ ସରକାରୀ ଜମିରେ ଝାଟିମାଡ଼ି କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ହାତୀପ୍ରବଣ ଉକ୍ତ ଅଞ୍ଚଳରେ ଛୋଟ ଛୋଟ ପିଲାଙ୍କୁ ଧରି ବିପଦପୂର୍ଣ୍ଣ ଜୀବନ ଜିଉଛନ୍ତି। ସାମାନ୍ୟ ବର୍ଷା ପବନ ହେଲେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ଆଧାର କାର୍ଡ, ଜାତିଗତ ପ୍ରମାଣପତ୍ର ନ ଥିବାରୁ ସେମାନେ ଆବାସ ଯୋଜନା ତାଲିକାଭୁକ୍ତ ହୋଇପାରୁନାହାନ୍ତି। ଆବଶ୍ୟକ କାଗଜପତ୍ର ହୋଇ ପାରୁ ନ ଥିବାରୁ ସୁଲଭ ରାଶନ ମଧ୍ୟ ମିଳୁନାହିଁ। ଫଳରେ କରୋନା ମହାମାରୀ ସମୟରେ ସମ୍ପୃକ୍ତ ଆଦିବାସୀ ପରିବାର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। କେତେଜଣ ପୁରୁଷ ବ୍ୟକ୍ତି ପାରମ୍ପରିକ ଘୁଡୁକି ବଜାଇ ଗଁା ଗଁା ବୁଲି ମାଗି ଯାଚି ଦାନା ଯୋଗାଡ଼ କରୁଥିବାବେଳେ ମହିଳାମାନେ ଛାଞ୍ଚୁଣି, ଖଡ଼ିକା ଝାଡୁ ତିଆରି କରି ଦୁଃଖକଷ୍ଟରେ ପରିବାର ଚଳାଉଛନ୍ତି। ଶିକ୍ଷାର ଅଭାବ ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ କାକୁତି ମିନତି ହେଉଥିଲେ ମଧ୍ୟ କେହି ଶୁଣୁ ନ ଥିବା ରାମ ପଧାନ, ଦାସ ପଧାନ, କାହ୍ନୁ ପଧାନ, ପଦିଆ ପଧାନ, ସିନ୍ଧୁଆ ପଧାନ, ଅଭି ପଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ କୁହନ୍ତି, ସମ୍ପୃକ୍ତ ଆଦିବାସୀ ପରିବାର ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଜଣାପଡ଼ିବ। ବ୍ଲକ ଯୋଗାଣ ବିଭାଗ ମାର୍କେଟିଂ ଇନ୍ସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା କୁହନ୍ତି, ୭ ଆଦିବାସୀ ପରିବାର ରାଶନ ସାମଗ୍ରୀ ପାଉ ନ ଥିବା ସୂଚନା ମିଳିଛି। ଖୁବଶୀଘ୍ର ଆଧାର କାର୍ଡ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ।
ଆମ ଦୁଃଖ କେହି ଶୁଣୁନାହାନ୍ତି
ଦୀର୍ଘ ୧୦ ବର୍ଷ ହେଲା ପଞ୍ଚାୟତରେ ବାସ କରୁଛୁ। ଲେଖିପଢ଼ି ଜାଣି ନ ଥିବାରୁ ସରକାରୀ ଯୋଜନା ବିଷୟରେ ଜାଣିପାରୁନୁ। ଘର ନାହିଁ। କୁଡ଼ିଆ କରି ରହୁଛୁ। ଚାଉଳ ମିଳୁନି। ଜାତିଗତ ପ୍ରମାଣପତ୍ର ମଧ୍ୟ ନାହିଁ।
ଆମ ଦୁଃଖ କେହି ଶୁଣୁନାହାନ୍ତି।
-ରାମ ପଧାନ, ଗ୍ରାମବାସୀ
ଓଳିଏ ଖାଇଲେ ଦି ଓଳି ଓପାସ
ଘର ଘର ବୁଲି ମାଗିଯାଚି ଆଣିଲେ ପରିବାର ଲୋକଙ୍କ ପେଟକୁ ଦାନା ଯାଏ। ଓଳିଏ ଖାଇଲେ ଦି ଓଳି ଓପାସ ରହୁଛ। ଆଧାର କାର୍ଡ ନ ଥିବାରୁ ସରକାରଙ୍କ ରାଶନ ସାମଗ୍ରୀ ମିଳୁନାହିଁ। ଝାଟିମାଟି କୁଡ଼ିଆ ଘରେ ଜୀବନକୁ ପାଣି ଛଡ଼ାଇ ରହୁଛୁ।
-ପଦ୍ମା ପଧାନ, ଗ୍ରାମବାସୀ
ଅଧିକାର କ୍ଷୁଣ୍ଣ ହୋଇଛି
ଜନମଙ୍ଗଳ ରାଷ୍ଟ୍ରରେ ନାଗରିକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ସରକାରଙ୍କ ଦାୟିତ୍ୱ। ହେଲେ ମହୁଲଖୋଳି ଗ୍ରାମର ୭ ଆଦିବାସୀ ପରିବାର ଏଥିରୁ ବଞ୍ଚତ୍ତ ହେବା ଅମାନବୀୟ ଘଟଣା। ଏଥିରେ ସେମାନଙ୍କ ଅଧିକାର କ୍ଷୁଣ୍ଣ ହୋଇଛି। ଏଥିରୁ ଗରିବଙ୍କ ପ୍ରତି ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ କେତେ ଉତ୍ତରଦାୟିତ୍ୱ ରହିଛି, ତାହା ସହଜରେ ଅନୁମେୟ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଚିକେନ ତରକାରୀ ମାଗିଲେ ସ୍ବାମୀ; ନ ଦେବାରୁ କାନ ମୂଳକୁ ଦେଲେ ଶକ୍ତ ଚାପୁଡ଼ା…ଆଉ ତା’ପରେ

ଢେଙ୍କାନାଳ,୨୪।୨: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଷଢ଼ଙ୍ଗୀ ଧନିଆନାଳୀ ମୁଣ୍ଡା ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ଚିକେନ ତରକାରୀ ନ ଦେବାରୁ ଜଘନ୍ୟ...

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ,୨୩।୧(ରତନ ନାୟାର): ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ...

ଢେଙ୍କାନାଳରେ ଚାଞ୍ଚଲ୍ୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାରି ଫିଙ୍ଗିଦେଲେ

କାମାକ୍ଷାନଗର,୨୦।୨: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାରେଜ ଘରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଠାବ...

ଏକା ସାଙ୍ଗରେ ଦଉଡ଼ି ଲଗାଇ ଝୁଲିପଡ଼ିଲେ ବାପ-ଝିଅ-ନାତି

ଢେଙ୍କାନାଳ,୧୫ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।...

ଓଡ଼ିଆ ସିନେ ପରଦାରେ ଢେଙ୍କାନାଳ ମାଟିର ମହକ

ଢେଙ୍କାନାଳ କଳା ସଂସ୍କୃତିର ଜିଲା ଭାବେ କେବଳ ରାଜ୍ୟ କାହିଁକି ଜାତୀୟସ୍ତରରେ ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଢେଙ୍କାନାଳର ପ୍ରତିଭାବାନ କଳାକାରମାନେ କେବଳ ଶାସ୍ତ୍ରୀୟ...

ବ୍ରିଜ ଉପରେ ରିଲ୍ସ କରିବା ପଡ଼ିଲା ମହଙ୍ଗା: ନଦୀକୁ ଖସି ପଡ଼ିଲେ ଯୁବତୀ

ଢେଙ୍କାନାଳ,୧୪।୨: ମୋବାଇଲ ଫୋନରେ ରିଲ୍ସ କରିବା କାଳ ହୋଇଛି। ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଛନ୍ତି ଜଣେ...

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ଜଳିବ ଝାଡ଼ଦୀପ

ଢେଙ୍କାନାଳ,୧୧ା୨(ରତନ ନାୟାର):ମହିମାଧର୍ମର ବିଶ୍ୱ ପ୍ରସିଦ୍ଧ ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ମଙ୍ଗଳବାର ଠାରୁ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏଥିପାଇଁ ମହିମା ସାଧୁ...

ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

ରେଢାଖୋଲ ୧୦।୨(ଅଚ୍ୟୁତାନନ୍ଦ ପୁରୋହିତ): ୫୫ନଂ ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ବଡହିନ୍ଦୋଳ ଛକରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image